ନୂଆଦିଲ୍ଲୀ: ପିଏମ ଷ୍ଟ୍ରିଟ ଭେଣ୍ଡରର୍ସ ଆତ୍ମନିର୍ଭର ନିଧି ଯୋଜନା (PM SVANidhi) ଲାଭ ଉଠାଇବାରେ ଓଡିଶା ଶ୍ରେଷ୍ଠ 10ଟି ରାଜ୍ୟ ମଧ୍ୟରେ ରହିଛି । ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରରେ ସୂଚନା ଦେଇଛନ୍ତି ।
ଓଡିଶାରେ ପିଏମ ଷ୍ଟ୍ରିଟ ଭେଣ୍ଡରର୍ସ ଆତ୍ମନିର୍ଭର ନିଧି ଯୋଜନାରେ ବିଭିନ୍ନ ସହରର ଷ୍ଟ୍ରିଟ ଭେଣ୍ଡର ମାନଙ୍କୁ ଋଣ ଯୋଗାଇ ଦିଆଯାଇଛି । ରାଜ୍ୟର ସମ୍ବଲପୁର, କଟକ, ବ୍ରହ୍ମପୁର, ବାଲେଶ୍ବର, ସମେତ ବିଭିନ୍ନ ସହରର ଷ୍ଟ୍ରିଟ ଭେଣ୍ଡରମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ।