ଓଡିଶା

odisha

ETV Bharat / bharat

ଗୁଜୁରାଟରେ ରହୁଥିବା ଓଡିଆ ଗୋଷ୍ଠୀ ପାଇବେ ମା'ବାତ୍ସଲ୍ୟ କାର୍ଡ - ବାତ୍ସଲ୍ୟ କାର୍ଡ

ସୁରଟରେ ବାସ କରୁଥିବା ଓଡିଆ ଗୋଷ୍ଠୀଙ୍କ ପାଇଁ ଖୁସି ଖବର। ଏବେ ସେମାନେ ପାଇପାରିବେ ଗୁଜୁରାଟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା । ଏମାନଙ୍କୁ ମିଳିବ ବାତ୍ସଲ୍ୟ କାର୍ଡ । ଆଗକୁ ପଢନ୍ତୁ...

ଗୁଜୁରାଟରେ ରହୁଥିବା ଓଡିଆ ଗୋଷ୍ଠୀ ପାଇବେ ମା'ବାତ୍ସଲ୍ୟ କାର୍ଡ

By

Published : Nov 18, 2019, 12:05 PM IST

ସୁରଟ:ଅନେକ ବର୍ଷରୁ ସୁରଟରେ ରହୁଥିବା ଓଡିଆ ଗୋଷ୍ଠୀଙ୍କ ପାଇଁ ଖୁସି ଖବର। ଏମାନେ ମଧ୍ୟ ଗୁଜୁରାଟ ସରକାରଙ୍କ ବାତ୍ସଲ୍ୟ କାର୍ଡର ଲାଭ ଉଠାଇ ପାରିବେ । କୌଣସି ତଥ୍ୟ ନଥିବାରୁ ପୂର୍ବରୁ ଓଡିଆ ଗୋଷ୍ଠୀ ଏଥିରୁ ବଞ୍ଚିତ ହୋଇଥିଲେ । ସ୍ବତନ୍ତ୍ର ଶାଖି ମଣ୍ଡଳରେ ଏକ ଶିବିର ଆୟୋଜନ କରାଯାଇ ଏନେଇ ଘୋଷଣା କରାଯାଇଛି । ଫଳରେ ଓଡିଆ ଗୋଷ୍ଠୀ ଏହାର ପୂର୍ଣ୍ଣ ଉପଯୋଗ କରିପାରିବେ ।

ଗୁଜୁରାଟରେ ରହୁଥିବା ଓଡିଆ ଗୋଷ୍ଠୀ ପାଇବେ ମା'ବାତ୍ସଲ୍ୟ କାର୍ଡ

ସୂଚନା ଅନୁସାରେ, ସୁରତ ଓଡିଆ କମ୍ୟୁନିଟି ମୁଖ୍ୟଙ୍କ ଚେଷ୍ଟାରେ ଏହା ସମ୍ଭବ ହୋଇଛି । ଜରୁରୀ କାଗଜପତ୍ର ଓ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ ପରେ ବ୍ୟାଙ୍କରେ ଖାତା ଖୋଲାଯାଇଥିଲା । ଏହାଦ୍ବାରା ଲୋକମାନେ ଡାକ୍ତରୀ ସୁବିଧା ସହ ବଡ ଅସ୍ତ୍ରୋପ୍ରଚାରରେ ଖର୍ଚ୍ଚ ହେବାକୁ ଥିବା ଲକ୍ଷଲକ୍ଷ ଟଙ୍କା ସ୍ଥାନରେ ମାଗଣା ଚିକିତ୍ସା ପାଇବେ ।

ଆଜି ଏହି ଶିବରରେ ଲୋକଙ୍କ ଠାରୁ ସମସ୍ତ ଦରକାରୀ କାଗଜପତ୍ର ସଂଗ୍ରହ କରାଯାଉଛି । ଏଥିରେ ହଜାରରୁ ଊର୍ଦ୍ଧ୍ବ ଓଡିଆ ଲୋକ ସାମିଲ ହୋଇଛନ୍ତି ।

ABOUT THE AUTHOR

...view details