ଭୁବନେଶ୍ବର: ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ)ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ପାଇଛନ୍ତି ଓଡିଶା କ୍ୟାଡରର ଆଇଏଏସ ଅଧିକାରୀ ଉଷା ପାଢୀ । ତେବେ ଦେଶର ପ୍ରଥମ ମହିଳା ଭାବରେ ପାଢୀ ଏହି ପଦରେ ନିଯୁକ୍ତ ହୋଇଛନ୍ତି ।
BCAS ର ପ୍ରଥମ ମହିଳା ଡିଜି ହେଲେ ଓଡିଆ ଆଇଏସ ଅଧିକାରୀ ଉଷା ପାଢୀ - DG Of Bureau Of Civil Aviation Security
ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ)ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ପାଇଛନ୍ତି ଓଡିଶା କ୍ୟାଡରର ଆଇଏଏସ ଅଧିକାରୀ ଉଷା ପାଢୀ । ବିସିଏସର ମହାନିର୍ଦ୍ଦେଶକ ପଦରୁ ଇସ୍ତପା ଦେଇ ବିଏସଏଫ ଡିଜିରେ ନିଯକ୍ତ ହୋଇଥିବା ଆଇପିଏସ ଅଧିକାରୀ ରାକେଶ ଆସ୍ଥାନାଙ୍କ ସ୍ଥାନରେ ଉଷା ପାଢୀ ନିଜର କାର୍ଯ୍ୟଭାର ସମ୍ଭାଳିବେ । ଅଧିକ ପଢନ୍ତୁ...
ବର୍ତ୍ତମାନ ଉଷା ପାଢୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଥିବା ବେଳେ ତାଙ୍କୁ ବିସିଏସର ମହାନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ବ ମିଳିଛି । ଏହାପୂର୍ବରୁ ପାଢୀଙ୍କୁ ପବନହଂସ ଲିମିଟେଡ(PHL)ର ପରିଚାଳନା ନିର୍ଦ୍ଦେଶକ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ବ ମିଳିଥିଲା ।
ନିକଟରେ ବିସିଏଏସର ମହାନିର୍ଦ୍ଦେଶକ ପଦରୁ ଇସ୍ତପା ଦେଇ ବିଏସଏଫ ଡିଜିରେ ନିଯକ୍ତ ହୋଇଥିବା ଆଇପିଏସ ଅଧିକାରୀ ରାକେଶ ଆସ୍ଥାନାଙ୍କ ସ୍ଥାନରେ ଉଷା ପାଢୀ ନିଜର କାର୍ଯ୍ୟଭାର ସମ୍ଭାଳିବେ । 1994 ବ୍ୟାଚର ଆଇଏଏସ ଅଧିକାରୀ ଉଷା ପାଢୀଙ୍କ କାର୍ଯ୍ୟକାଳ ମେ 2020ରେ 2 ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା ।