ହାଇଦ୍ରାବାଦ:ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହ ପରିଚାଳନା କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଦୀର୍ଘ ୨୦ ବର୍ଷ ପରେ ରାଜ୍ୟସଭାର ଉପାଧ୍ୟକ୍ଷ ଆସନରେ ଗୃହ ପରିଚାଳନା ଦାୟିତ୍ବ ତୁଲାଇଛନ୍ତି ସସ୍ମିତ ।
ଗୃହରେ ମହାମାରୀ ରୋଗ (ସଂଶୋଧନ) ଅଧ୍ୟାଦେଶ ଉପରେ ଆଲୋଚନା ଚାଲିଥିବା ସମୟରେ ଗୃହ କାର୍ଯ୍ୟ ପରିଚାଳନା କରିଥିଲେ ସସ୍ମିତ । ରାଜ୍ୟ ସଭାରେ ସସ୍ମିତ ପ୍ରଥମଥର ପାଇଁ ଗୃହ କାର୍ଯ୍ୟ ଚଳାଇଥିବାବେଳେ ଦକ୍ଷତା ଓ ସାଧୁତାର ସହ ସମ୍ପନ୍ନ କରିଛନ୍ତି କର୍ତ୍ତବ୍ୟ । ଯାହାକୁ ନେଇ ସସ୍ମିତଙ୍କୁ ସାଥି ସଦସ୍ୟ ଜଣାଇଛନ୍ତି ବଧାଇ ।