ଗାନ୍ଧୀନଗର: ଗୁଜୁରାଟର ସୁରଟରୁ ଟ୍ରେନ ଯୋଗେ ଓଡିଶା ଫେରୁଛନ୍ତି ପ୍ରବାସୀ ଓଡିଆ । ପୂର୍ବରୁ ବସରେ କିଛି ପ୍ରବାସୀ ରାଜ୍ୟକୁ ଫେରିଥିବାବେଳେ ଆଜି ଟ୍ରେନ ମାଧ୍ୟମରେ ଫେରୁଛନ୍ତି ପାଖାପାଖି 1200 ଓଡିଆ ଶ୍ରମିକ ।
ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାଙ୍କୁ ପ୍ରଥମେ ବସ୍ ଯୋଗେ ରେଲୱେ ଷ୍ଟେସନ ଓ ପରେ ଟ୍ରେନ ଯୋଗେ ଓଡିଶାକୁ ଅଣାଯାଉଛି । ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହ ସେମାନଙ୍କୁ ସୁରକ୍ଷିତ ଭାବେ ଅଣାଯାଉଥିବା କୁହାଯାଉଛି ।