ଓଡିଶା

odisha

ETV Bharat / bharat

ଖୁବ୍‌ଶୀଘ୍ର ଗୁଗୁଲରେ ସ୍ଥାନ ପାଇବ ଓଡିଆ ଭାଷା - ଗୁଗୁଲରେ ଓଡିଆ ଭାଷା

ଓଡିଆ ଭାଷୀଙ୍କ ପାଇଁ ଗୁଗୁଲ ଆଣିଛି ଖୁସି ଖବର । ଗୁଗୁଲ ଆସିଷ୍ଟାଣ୍ଟ ପୂର୍ବରୁ 100ଟି ଭାଷାକୁ ସପୋର୍ଟ କରୁଥିବା ବେଳେ ଏହି ତାଲିକାରେ ଯୋଡି ହେବାକୁ ଯାଉଛି ତିନି ନୂଆ ଭାଷା। ତାହା ହେଉଛି ଓଡିଆ, ଊର୍ଦ୍ଦୁ ଏବଂ ପଞ୍ଜାବୀ ।

ଫାଇଲ ଫଟୋ

By

Published : Sep 20, 2019, 10:03 AM IST

ହାଇଦ୍ରାବାଦ: ଓଡିଆ ଭାଷୀଙ୍କ ପାଇଁ ଗୁଗୁଲ ଆଣିଛି ଖୁସି ଖବର । ଗୁଗୁଲ ଆସିଷ୍ଟାଣ୍ଟ ପୂର୍ବରୁ 100ଟି ଭାଷାକୁ ସପୋର୍ଟ କରୁଥିବା ବେଳେ ଏହି ତାଲିକାରେ ଯୋଡି ହେବାକୁ ଯାଉଛି ଆଉ ତିନୋଟି ତିନି ନୂଆ ଭାଷା। ସେ ହେଉଛି ଓଡିଆ,ଊର୍ଦ୍ଦୁ ଓ ପଞ୍ଜାବୀ । ଗୁଗୁଲ ଏନେଇ ଘୋଷଣା କରିବା ପରେ ଖେଳିଛି ଖୁସିର ମାହୋଲ ।

ଗୁଗୁଲ ପରି ସର୍ଚ୍ଚ ଇଞ୍ଜିନରେ ସମସ୍ତ ଭାଷା ଉପଲବ୍ଧ ଥିବା ବେଳେ ଓଡିଆ ଭାଷାର ଅଭାବ ସମସ୍ତ ଓଡିଆ ଭାଷୀଙ୍କୁ ଅନେକ ଦିନରୁ ରହିଆସିଥିଲା । ହେଲେ ଏବେ ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଗୁଗୁଲ । ପ୍ରକାଶ ଯେ ଚଳିତ ବର୍ଷ ମାର୍ଚ୍ଚରେ ବାର୍ସିଲୋନାରେ ଅନୁଷ୍ଠିତ ହୋଇଥିବା ଏମ୍‌ଡବ୍ଲୁସି-2019ରେ ଗୁଗୁଲ 8ଟି ଆଞ୍ଚଳିକ ଭାଷାକୁ ଗୁଗୁଲ ଆସିଷ୍ଟାଣ୍ଟରେ ସ୍ଥାନ ଦେବା ପାଇଁ ଘୋଷଣା କରିଥିଲେ।

ଯେଉଁଥିରେ ରହିଥିଲା ଗୁଜୁରାଟୀ, କନ୍ନଡ, ଊର୍ଦ୍ଦୁ, ବଙ୍ଗାଳୀ, ମରାଠୀ, ତାମିଲ, ତେଲୁଗୁ ଓ ମାଲାୟଲାମ ଭାଷା । ଅନୁରୂପ ଭାବେ ଏହି ଘୋଷଣାର ମାତ୍ର କିଛି ଦିନ ପରେ ଗୁଗୁଲରେ ଊର୍ଦ୍ଦୁକୁ ଛାଡି ଅନ୍ୟ ସମସ୍ତ ଭାଷା ଉପଲବ୍ଧ ହୋଇଥିଲା । ତେଣୁ ସର୍ବ ବୃହତ ସର୍ଚ୍ଚ ଇଞ୍ଜିନରେ ନିଜ ଭାଷାକୁ ପାଇ ଖୁସି ମନାଇଥିଲେ ସମ୍ପୃକ୍ତ ଭାଷାଭାଷୀ। ଗୁଗୁଲର ଶେଷ ଘୋଷଣା ଅନୁଯାୟୀ ପଞ୍ଜାବୀ ଓ ଉର୍ଦ୍ଦୁ ଭାଷା ଗୁଗୁଲ ଆସିଷ୍ଟାଣ୍ଟରେ ସ୍ଥାନ ପାଇ ସାରିଥିବା ବେଳେ ଅପେକ୍ଷା ରହିଛି ଓଡିଆ ଭାଷାର ସ୍ଥାନ ପାଇବାକୁ।

ABOUT THE AUTHOR

...view details