ଭୁବନେଶ୍ବର: ଭାରତର ପପୁଲାର ଟିଭି ଶୋ’ ମାଷ୍ଟର ସେଫ୍’ରେ ଓଡିଆ ପୁଅ ଅବିନାଶ ନାୟକଙ୍କ କମାଲ୍ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାତେଇଲେ ମାଷ୍ଟର ସେଫ୍’ ସିଜିନ୍-6ର ତାଜ୍ । ମାଷ୍ଟର ସେଫ୍ର ଚାଲିଥିବା ସିଜିନ୍-6ରେ ସେ ବିଜୟୀ ହୋଇ ରାଜ୍ୟ ପାଇଁ ଆଣିଦେଇଛନ୍ତି ଗର୍ବ ଗୌରବ ।
ଫାଇନାଲ ରାଉଣ୍ଡରେ ଅବିନାଶ ନିଜର ନିକଟତମ ପ୍ରତିନ୍ଦ୍ବନ୍ଦି ଔଣ୍ଡ୍ରିଲା ବାଲାଙ୍କୁ ହରାଇ ବିଜୟୀ ହୋଇଛନ୍ତି । ପ୍ରଥମରୁ ହିଁ ମାଷ୍ଟର ସେଫ୍ରେ କମାଲ କରିଥିଲେ ଅବିନାଶ । ଓଡିଆ ଖାଦ୍ୟ ଚିକେନ୍ ବେସର କରି ଜର୍ଜଙ୍କ ମନକୁ ଛୁଇଁ ପାରିଥିଲେ ।