ଓଡିଶା

odisha

ETV Bharat / bharat

ଦୁନିଆର କିଛି ଅଜବ ଗଜବ ଟ୍ୟାକ୍ସ; କେଉଁଠି କ'ଣ ଜାଣନ୍ତୁ.. - odd

ସାଧାରଣତଃ ଦେଖିବାକୁ ଗଲେ ଆମକୁ ଆମ ଦୈନଦିନ ଜୀବନରେ କିଛି ସେବା ଓ ସାଗଗ୍ରୀ ପାଇଁ ସରକାରଙ୍କୁ କର ଦେବାକୁ ପଡିଥାଏ । ସେଥିରୁ ଆୟକର ଟ୍ୟାକ୍ସ, ହାଉସିଂ ଟ୍ୟାକ୍ସ ଭଳି ନାଁ ଆପଣ ବି ଶୁଣିଥିବେ । ହେଲେ ଦୁନିଆରେ କିଛି ଏଭଳି ସ୍ଥାନ ରହିଛି ଯେଉଁଠି ଖରା ଓ ଛାଇ ପାଇଁ ମଧ୍ୟ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିବ । ଆପଣ ଏ କଥା କେବେ ଶୁଣି ନଥିବେ। ଆସନ୍ତୁ, ଜାଣିବା ଏଭଳି କିଛି ଦେଶର ଅଜବ ଗଜବ ଟ୍ୟାକ୍ସ ବିଷୟରେ..

ଡିଜାଇନ ଫଟୋ

By

Published : Mar 31, 2019, 9:16 PM IST

ଟାଟୁ ଟ୍ୟାକ୍ସ:

ଆମେରିକାର ଅର୍କସାରାଜ୍ୟ ଅଛି । ଯେଉଁଠି ଟାଟୁ କଲେ କିମ୍ବା ଶରୀରର ଅନ୍ୟ କୌଣସି ସ୍ଥାନରେ ଚିତ୍ର ଆଙ୍କିବା ଦ୍ବାରା 6 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିଥାଏ।

ଛାଇ ଉପରେ ଟ୍ୟାକ୍ସ:


ଇଟାଲୀର ବେନେଟୋ ସହରରେ କନେଙ୍ଗୋଲିୟାନୋ ଜାଗା ରହିଛି । ଯେଉଁଠି ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ଦୋକାନରେ ଲଗା ଯାଇଥିବା ବୋର୍ଡ କିମ୍ବା ଟେଣ୍ଟର ଛାଇ ରାସ୍ତାରେ ପଡିଲେ, ସେମାନଙ୍କଠୁ ଏକ ବର୍ଷରେ 100ଡଲାର କର ଆଦାୟ କରାଯାଇଥାଏ ।

ଖରା ଟ୍ୟାକ୍ସ:


ସ୍ପେନର ବେଲରିକ ଦ୍ବୀପ ସମୂହରେ 2016ରେ ସନ ଟ୍ୟାକ୍ସ ମାନେ ଖରା ଉପରେ କର ଦେବାକୁ ପଡୁଛି । ପ୍ରକୃତରେ ସେଠାରେ ପ୍ରତିବର୍ଷ 1କୋଟିରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଆସନ୍ତି । ଏହି କାରଣରୁ ସ୍ଥାନୀୟବାସୀ ବହୁ ସମସ୍ୟାରେ ସମ୍ମୁଖୀନ ହେଉଥିବାରୁ ଏଭଳି କର ବ୍ୟବସ୍ଥା କରାଯାଇଛି ।

ଟ୍ୟାନିଙ୍ଗ ଟ୍ୟାକ୍ସ:


2010 ମସିହାରେ ଆମେରିକାରେ ଟ୍ୟାନିଙ୍ଗ ଟ୍ୟାକ୍ସ ଲାଗୁ କରାଯାଇଛି । ସ୍କିନ କ୍ୟାନସରରୁ ଲୋକଙ୍କୁ ଦୂରେଇ ରଖିବା ଉର୍ଦ୍ଦେଶ୍ୟରେ ଏଭଳି ଅଜବ କର ଆଦାୟ ବ୍ୟବସ୍ଥା କରାଯାଇଛି ।


For All Latest Updates

ABOUT THE AUTHOR

...view details