ଓଡିଶା

odisha

ETV Bharat / bharat

2 ଦିନ ଯାଏଁ ଯୁଗ୍ମ-ଅଯୁଗ୍ମ ଫର୍ମୁଲାରୁ ଦିଲ୍ଲୀକୁ ଆଶ୍ବସ୍ତି - ଯୁଗ୍ମ-ଅଯୁଗ୍ମ ଫର୍ମୁଲା

ନଭେମ୍ବର 4ରୁ ଲାଗୁ ହୋଇଥିବା ଯୁଗ୍ମ-ଅଯୁଗ୍ମ ଫର୍ମୁଲାରୁ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି । ଦୁଇ ଦିନ ପାଇଁ ଲାଗୁ ହେବନି ଫର୍ମୁଲା ।

ଫାଇଲ ଫଟୋ

By

Published : Nov 11, 2019, 7:52 AM IST

Updated : Nov 11, 2019, 3:18 PM IST

ନୂଆଦିଲ୍ଲୀ: ଦୁଇ ଦିନ ପାଇଁ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମରୁ ଲୋକଙ୍କ ଆଶ୍ବସ୍ତି ମିଳିବ । ଗୁରୁ ନାନକ ଦେବଙ୍କ 550ତମ ଜନ୍ମବାର୍ଷିକି ଅବସରରେ ନଭେମ୍ବର11 ଓ 12ରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବ ନାହିଁ । ଗତ ନଭେମ୍ବର 4ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର 15 ଯାଏଁ ଚାଲିବ ।

ତିଲକନଗରର ଆମ ଆଦମୀ ପାର୍ଟୀ ବିଧାୟକ ଜରନୈଲ ସିଂହଙ୍କ ନେତୃତ୍ବରେ ଏକ ଶିଖ୍ ଦଳ ରାଜ୍ୟ ପରିବହନ ମନ୍ତ୍ରୀ କୈଳାଶ ଗହଲୋତଙ୍କୁ ଦେଖା କରିଥିଲେ । ଏହି ସାକ୍ଷାତକାରରେ ଦୁଇ ଦିନ ପାଇଁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ନକରିବାକୁ ଅନୁରୋଧ କରାଯାଇଥିଲା ।

ରାଜଧାନୀ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ପ୍ରକ୍ରିୟା ସକାଳ 8ଟାରୁ ସଂନ୍ଧ୍ୟା 8ଟା ଯାଏଁ ଲାଗୁ ରହିଛି । ସପ୍ତାହରେ ସୋମବାରରୁ ଶନିବାର ଏହ ଫର୍ମୁଲା କାର୍ଯ୍ୟକାରୀ ହେବ । ଯେଉଁମାନେ ଏହି ନିୟମର ପାଳନ ନ କରିବେ ସେମାନଙ୍କୁ ଚାରି ହଜାର ତଣ୍ଡ ଗଣିବାକୁ ପଡିବ ।

Last Updated : Nov 11, 2019, 3:18 PM IST

ABOUT THE AUTHOR

...view details