ନୂଆଦିଲ୍ଲୀ: ନଭେମ୍ବର 4ରୁ ଦିଲ୍ଲୀକୁ ଫେରିବ ଯୁଗ୍ମ-ଅଯୁଗ୍ମ ଫର୍ମୁଲା । ସକାଳ 8ରୁ ରାତି 8 ଯାଏଁ ନିୟମ ହେବ ଲାଗୁ । ଏହି ନିୟମ ନଭେମ୍ବର 15 ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ । ଉଲ୍ଳଙ୍ଘନକାରୀଙ୍କୁ 4000 ଟଙ୍କା ଜୋରିମାନା ଲାଗିବ ବୋଲି ଆଜି ପ୍ରେସମିଟ୍ରେ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ଏହା ସହ ନିୟମ ପରିସରରେ ବାହାର ରାଜ୍ୟର 4 ଚକିଆ ଯାନ ରହିବେ ବୋଲି ମଧ୍ୟ ସେ କହିଛନ୍ତି । ତେବେ ଏହି ନିୟମ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ସିଜେଆଇ, ଲୋକସଭା ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳ ନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସୁପ୍ରିମ କୋର୍ଟ ବିଚାରପତି, ୟୁପିଏସି ଚେୟାରମ୍ୟାନ, ମୁଖ୍ୟ ନିର୍ବାଚନ ଅଧିକାରୀ, ନିର୍ବାଚନ ଅଧିକାରୀ, ସିଏଜି, ରାଜ୍ୟସଭା ଡେପୁଟି ଚେୟାରମ୍ୟାନ, ଲୋକସଭା ଉପବାଚସ୍ପତି, ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଦିଲ୍ଲୀ ହାଇକୋର୍ଟ ବିଚାରପତି, ଲୋକାୟୁକ୍ତ ତଥା ଜରୁରୀକାଳୀନ ସେବା ପାଇଁ ଲାଗୁ କରାଯିବ ନାହିଁ ।