ଓଡିଶା

odisha

ETV Bharat / bharat

ଆଜିଠୁ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା, ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ - ଆଜିଠୁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ

ବାୟୁ ପ୍ରଦୂଷଣ ବ୍ୟାପକ ହେବାରୁ ଆଜି ସକାଳ 8ଟାରୁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବ । ଇଲେକ୍ଟ୍ରିକ ଯାନବାହନ ଗୁଡିକ ଏହି ନିୟମରୁ ବାଦ ପଡିବେ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Nov 4, 2019, 7:48 AM IST

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ବ୍ୟାପକ ହେବାରୁ ଆଜିଠୁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରୁଛନ୍ତି ଦିଲ୍ଲୀ ସରକାର । ଏହି ନିୟମ ସକାଳ 8ରୁ ସଂଧ୍ୟା 8ଟା ପର୍ଯ୍ୟନ୍ତ ଲାଗୁ ହେବାବେଳେ ଫର୍ମୁଲାଟି ନଭେମ୍ବର 15ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ନଭେମ୍ବର 10 ରବିବାର ହୋଇଥିବାରୁ ଏହି ଫର୍ମୁଲାର ପ୍ରଭାବ ପଡିବନାହିଁ । ନିର୍ଦ୍ଧାରିତ ସମୟରେ ନିୟମ ଉଲ୍ଲଙ୍ଘନ କଲେ ଗଣିବେ 4000ଟଙ୍କାର ତଣ୍ଡ ।

ଦିଲ୍ଲୀ ସରକାରଙ୍କ ଯୁଗ୍ମ-ଅଯୁଗ୍ମ ପ୍ରତିବନ୍ଧକ ନିୟମ ଅନୁସାରେ, ଯେଉଁ ଯାନବାହନଗୁଡିକର ପଞ୍ଜୀକରଣର ଶେଷ ସଂଖ୍ୟା ଅଯୁଗ୍ମ (1,3,5,7,9) ସେମାନେ ମାସର ଅଯୁଗ୍ମ ତାରିଖରେ ରାସ୍ତାରେ ଗାଡି ଚଲାଇ ପାରିବେ । ସେହିପରି ପଞ୍ଜୀକରଣରେ ଯୁଗ୍ମ ସଂଖ୍ୟା(0,2,4,6,8) ମାସର ଯୁଗ୍ମ ତାରିଖରେ ଗା଼ଡି ଚଲାଇପାରିବେ । ଇଲେକ୍ଟ୍ରିକ ଗାଡିଗୁଡିକରେ ଏହି କଟକଣା ଜାରି କରାଯିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ତେବେ ଅନ୍ୟ ରାଜ୍ୟର ରେଜିଷ୍ଟ୍ରେସନ ନମ୍ବର ଧାରୀ ଗାଡିମାନଙ୍କ ପାଇଁ ମଧ୍ୟ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ।

ABOUT THE AUTHOR

...view details