ଲକ୍ଷ୍ନୌ: ଜାତୀୟ ରାଜଧାନୀ ଦିଲ୍ଲୀ ପରେ ଏବେ ଉତ୍ତର ପ୍ରଦେଶରେ ତୀବ୍ର ଗତିରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ୟୁପି ସରକାର । ରାଜ୍ୟର ଯେଉଁ ସହରରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି, ସେଠାରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରିବାକୁ ବିଚାରବିମର୍ଶ କରାଯାଉଛି । ଆସନ୍ତା 2-3 ଦିନ ମଧ୍ୟରେ ଏହା ଲାଗୁ କରାଯିବ ବୋଲି ଉତ୍ତର ପ୍ରଦେଶର ପରିବେଶ ମନ୍ତ୍ରୀ ଦାରା ସିଂହ ଚୌହାନ କହିଛନ୍ତି।
ଦିଲ୍ଲୀ ପରେ ଯୁପିରେ ପ୍ରଦୂଷଣ ଚିନ୍ତା, ଲାଗୁ ହୋଇପାରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା - ପ୍ରଦେଶରେ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ଫର୍ମୁଲା
ରାଜଧାନୀ ଦିଲ୍ଲୀ ପରେ ଏବେ ଉତ୍ତର ପ୍ରଦେଶରେ ତୀବ୍ର ଗତିରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରିବା ଉପରେ ବିଚାରବମର୍ଶ କରୁଛନ୍ତି ୟୁପିରେ କ୍ଷମତାସୀନ ଯୋଗୀ ଆଦିତ୍ୟନାଥଙ୍କ ସରକାର।
ଫଟୋ ସୌଜନ୍ୟ: ଇଟିଭି ଭାରତ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ଦୀପାବଳୀ ପରଠୁ ୟୁପିର କେତେକ ସହରରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ଦିଲ୍ଲୀରେ ସୃଷ୍ଟି ହୋଇଥିବା ପରିସ୍ଥିତିରୁ ରାଜ୍ୟକୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ରାଜ୍ୟରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରିବାକୁ ସରକାର ଏ ବୈଠକରେ ନିଷ୍ପତ୍ତି ନେଇଥିବା ୟୁପିର ପରିବେଶ କହିଛନ୍ତି । ଅନିୟନ୍ତ୍ରିତ ଭାବେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସୋମବାରଠୁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରିଛନ୍ତି । ଯାହା ଆସନ୍ତା ୧୫ ତାରିଖ ଯାଏଁ ଲାଗୁ ହେବ।