ଓଡିଶା

odisha

ETV Bharat / bharat

ଅଡ-ଇଭେନ ଫର୍ମୁଲାର କୌଣସି ଆବଶ୍ୟକତା ନାହିଁ: ଗଡକରୀ - odd-even formula back to delhi

ଦିଲ୍ଲୀରେ ପୁଣି ଲାଗୁ ହେବ ଅଡ-ଇଭେନ ଫର୍ମୁଲା । ହେଲେ ଏନେଇ ସହମତ ନୁହଁନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।

ଫାଇଲ ଫଟୋ

By

Published : Sep 14, 2019, 10:58 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ ପୁଣି ଆରମ୍ଭ ହେବ ଅଡ -ଇଭେନ ଫର୍ମୁଲା । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ନିୟମ ଆସନ୍ତା ନଭେମ୍ବର 4 ରୁ 15 ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ଲାଗୁ ହେବ। ହେଲେ ଏନେଇ ସହମତ ନୁହଁନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ।

ଏହି ଫର୍ମୁଲାକୁ ଆଉ ଥରେ ଲାଗୁ କରିବାର କୌଣସି ଆବଶ୍ୟକତା ନାହିଁ । ଦିଲ୍ଲୀରେ ଥିବା ରିଙ୍ଗ ରୋଡ ପ୍ରଦୂଷଣ ରୋକିବା ପାଇଁ ଯଥେଷ୍ଟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡକରୀ। ଏହା ସହ ଦିଲ୍ଲୀକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଭିନ୍ନ ଯୋଜନା ତିଆରି ହେଉଛି।

ଆସନ୍ତା ଦୁଇ ବର୍ଷ ଭିତରେ ଦିଲ୍ଲୀ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ ହେବ ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ। ଅନିୟନ୍ତ୍ରୀତ ଭାବେ ବଢି ଚାଲିଥିବା ପ୍ରଦୂଷଣକୁ ରୋକିବା ପାଇଁ ପୂର୍ବରୁ ଅନେକ ଯୋଜନା ଲାଗୁ ହୋଇସାରିଛି।

ABOUT THE AUTHOR

...view details