ହାଇଦ୍ରାବାଦ: ଦିଲ୍ଲୀ ପରେ ହାଇଦ୍ରାବାଦରେ ଗଣେଶ ଚତୁର୍ଥୀ ଓ ମହରମକୁ ନେଇ ଜାରି ହେଲା କଟକଣା । କୋଭିଡ ସଂକ୍ରମଣକୁ ଦେଖି ହାଇଦ୍ରାବାଦ ପୋଲିସ ସର୍ବସାଧାରଣରେ ପ୍ରତିମୂର୍ତ୍ତୀ ସ୍ଥାପନା ଏବଂ ମହରମ ସମୟରେ ତାଜିଆ ଶୋଭାଯାତ୍ରା ଉପରେ ରୋକ ଲଗାଯାଇଛି ।
କୋଭିଡ ସଂକ୍ରମଣରୁ ନିଜ ପରିବାରକୁ ସୁରକ୍ଷା ଦିଅନ୍ତୁ । ଘରେ ରହି ମହରମ ଓ ଗଶେଶ ଚତୁର୍ଥୀକୁ ପାଳନ କରନ୍ତୁ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସର୍ବସାଧାରଣରେ କୌଣସି ପ୍ରତିମା କିମ୍ବା କୌଣସି କାର୍ଯ୍ୟକ୍ରମ ଆୟୋଜନ ନ କରିବାକୁ ପୋଲିସ କମିଶନର ଅଞ୍ଜନୀ କୁମାର କହିଛନ୍ତି ।
ସୂଚନାଯୋଗ୍ୟ,କୋଭିଡ ମହାମାରୀ ଏବଂ ପରବର୍ତ୍ତୀ ଦେଶବ୍ୟାପୀ ଲକଡାଉନ କାରଣରୁ ମାର୍ଚ୍ଚରୁ ସାରା ଦେଶରେ ଧାର୍ମିକ ତଥା ବୃହତ ସମାବେଶ ନିଷେଧାଦେଶ ଜାରି ରହିଛି । ଗତ 2 ମାସ ହେବ ଅନ୍ୟାନ୍ୟ କଟକଣାକୁ କୋହଳ କରାଯାଇଛି, ମାତ୍ର ସମାବେଶ ଉପରେ ଏବେ ବି କଟକଣା ଲାଗୁ ହୋଇଛି ।