ଓଡିଶା

odisha

ETV Bharat / bharat

'EIA ଉପରେ ରାହୁଲଙ୍କ ବିରୋଧି ମନ୍ତବ୍ୟ ଅନାବଶ୍ୟକ ଓ ଅପରିପକ୍ବ' - Rahul Gandhi against EIA

ଯେଉଁମାନେ ଇଆଇଏ 2020 ଡ୍ରାଫ୍ଟର ନେଇ ଆପତ୍ତି ଉଠାଉଛନ୍ତି ସେମାନେ ସେହି ସମାନ ବ୍ୟକ୍ତି ଯିଏ କ୍ଷମତାରେ ଥିବା ସମୟରେ ବିନା ପରାମର୍ଶରେ ବଡ଼ ନିଷ୍ପତ୍ତି ନେଇଥିଲେ ବୋଲି ଜାଭଡେକର କହିଛନ୍ତି । ଅଧିକ ପଢନ୍ତୁ...

'EIA ଉପରେ ରାହୁଲଙ୍କ ବିରୋଧି ମନ୍ତବ୍ୟ ଅନାବଶ୍ୟକ ଓ ଅପରିପକ୍ବ'
'EIA ଉପରେ ରାହୁଲଙ୍କ ବିରୋଧି ମନ୍ତବ୍ୟ ଅନାବଶ୍ୟକ ଓ ଅପରିପକ୍ବ'

By

Published : Aug 10, 2020, 7:31 PM IST

ନୂଆଦିଲ୍ଲୀ: ନୂଆ ପର୍ଯ୍ୟାବରଣ ପ୍ରଭାବ ଆକଳନ(ଇଆଇଏ) 2020 ଡ୍ରାଫ୍ଟର ବିରୋଧକୁ ନେଇ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ଯେଉଁମାନେ ଏହି ଡ୍ରାଫ୍ଟକୁ ନେଇ ଆପତ୍ତି ଉଠାଉଛନ୍ତି ସେମାନେ ସେହି ସମାନ ବ୍ୟକ୍ତି ଯିଏ କ୍ଷମତାରେ ଥିବା ସମୟରେ ବିନା ପରାମର୍ଶରେ ବଡ଼ ନିଷ୍ପତ୍ତି ନେଇଥିଲେ ବୋଲି ଜାଭଡେକର କହିଛନ୍ତି ।

ରାହୁଲ ଗାନ୍ଧୀ ରବିବାର ଟ୍ବିଟ କରି ଇଆଇଏକୁ ଏକ ବିପର୍ଯ୍ୟୟ କହିବା ସହ ଏହା ବିରୋଧରେ ଜନସାଧାରଣଙ୍କୁ ପ୍ରଦର୍ଶନ କରିବାକୁ ଅପିଲ କରିଥିଲେ ।

ବିଶ୍ବ ହାତୀ ଦିବସ ପାଳନ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଜାଭଡେକର କହିଛନ୍ତି, କିଛି ନେତା ଇଆଇଏ ଡ୍ରାଫ୍ଟ ବିରୋଧରେ ପ୍ରଦର୍ଶନ କରିବାକୁ କହିଛନ୍ତି । ସେମାନେ ଏହି ଡ୍ରାଫ୍ଟକୁ କିପରି ବିରୋଧ କରିପାରିବେ? ଏହା ଚୂଡ଼ାନ୍ତ ବିଜ୍ଞପ୍ତି ନୁହେଁ। ଏହା ସାଧାରଣ ପରାମର୍ଶ ପାଇଁ ରଖାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି, ଆମେ ହଜାର ହଜାର ପରାମର୍ଶ ଗ୍ରହଣ କରିଛୁ ଯାହାକୁ ଆମେ ସ୍ବାଗତ କରୁଛୁ | ଆମେ ଏହି ପରାମର୍ଶଗୁଡ଼ିକୁ ବିଚାର କରିବୁ | ଏହା ପରେ ଯାଇ ଚୂଡାନ୍ତ ଡ୍ରାଫ୍ଟ ପ୍ରସ୍ତୁତ ହେବ । ଯେଉଁମାନେ ବର୍ତ୍ତମାନ ବିରୋଧ କରିବାକୁ ଚାହୁଁଛନ୍ତି, ସେମାନଙ୍କ ଶାସନ କାଳରେ ବିନା ପରାମର୍ଶରେ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ | ଯାହାକି ଦୁର୍ଭାଗ୍ୟଜନକ ବୋଲି ଜାଭଡେକର ନିଜ ପ୍ରତିକ୍ରିୟାରେ କହିଥିଲେ । ତେବେ ଇଆଇଏ ଉପରେ ମନ୍ତବ୍ୟ ତଥା ଏହା ବିରୋଧରେ ପ୍ରଦର୍ଶନ କରିବାକୁ ଅପିଲ କରିବା ଅନାବଶ୍ୟକ ଓ ଅସାମୟିକ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details