ଓଡିଶା

odisha

ETV Bharat / bharat

‘ମନରେଗା‘ ସହ ‘ନ୍ୟାୟ’ ଲାଗୁ କରିବାକୁ ଦାବି କଲେ ରାହୁଲ

ମୋଦି ସରକାରଙ୍କୁ ପୁଣି ରାହୁଲଙ୍କ ଟାର୍ଗେଟ । କହିଲେ ସୁଟ-ବୁଟ-ଲୁଟର ସରକାର ଗରିବ ଲୋକଙ୍କ ଯନ୍ତ୍ରଣା କଣ ବୁଝି ପାରିବ ? ଅଧିକ ପଢନ୍ତୁ...

ମନରେଗା ସହ NYAY ଯୋଜନା ଲାଗୁ କରିବାକୁ ଦାବି କଲେ ରାହୁଲ
ମନରେଗା ସହ NYAY ଯୋଜନା ଲାଗୁ କରିବାକୁ ଦାବି କଲେ ରାହୁଲ

By

Published : Aug 11, 2020, 3:34 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ ଚାକିରି ସର୍ବାଧିକ ପ୍ରଭାବିତ ହୋଇଛି । ପ୍ରବାସୀ ଶ୍ରମିକମାନଙ୍କୁ ସହରରୁ ନିଜ ଗାଁକୁ ଫେରିବାକୁ ପଡିଛି । ହେଲେ ନିଯୁକ୍ତି ସଙ୍କଟ ଜାରି ରହିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଟ୍ୱିଟ କରି ଏହି ପ୍ରସଙ୍ଗ ଉଠାଇବା ସହ ନ୍ୟାୟ( NYAY) ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ରାହୁଲ ଟ୍ୱିଟରେ ଲେଖିଛନ୍ତି ଯେ, ସହରରେ ବେକାରୀ ମାନଙ୍କ ପାଇଁ MGNREGA ପରି ଯୋଜନା ଏବଂ ଦେଶର ଗରିବ ଲୋକଙ୍କ ପାଇଁ NYAY ଭଳି ଯୋଜନା କାର୍ଯ୍ୟକାରୀ କରିବା ଆବଶ୍ୟକ। ଏହା ଅର୍ଥନୀତି ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ। ସୁଟ-ବୁଟ-ଲୁଟ ସରକାର ଗରିବ ଲୋକଙ୍କ ଯନ୍ତ୍ରଣା କଣ ବୁଝି ପାରିବେ ?

@RahulGandhi

ରାହୁଲ ଏହି ଟ୍ବିଟ ସହିତ ଏକ ଚାର୍ଟ ମଧ୍ୟ ସେୟାର କରିଛନ୍ତି, ଯାହା ଦର୍ଶାଏ ଯେ ବର୍ତ୍ତମାନ ସମୟରେ MNREGAର ଚାହିଦା କିପରି ବୃଦ୍ଧି ପାଇଛି । ବାସ୍ତବରେ, ସହର ଛାଡି ନିଜ ଗ୍ରାମକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ବିଭିନ୍ନ ଯୋଜନା ଅନ୍ତର୍ଗତ MNREGA କାର୍ଯ୍ୟ ଦିଆଯାଉଛି । ଏଥିପାଇଁ ବିଭିନ୍ନ ରାଜ୍ୟ ଦ୍ୱାରା ସ୍କିଲ ମ୍ୟାପିଂ କରାଯାଇଛି ।

କଂଗ୍ରେସ ନେତା ଏହା ପୂର୍ବରୁ ମୋଦି ସରକାରଙ୍କୁ ଟାର୍ଗେଟ କରି MNREGA ର ସଠିକ ବ୍ୟବହାର ଦାବି କରିଛନ୍ତି। ଏଥି ସହିତ ଗରିବ ପରିବାର ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇବାକୁ କଂଗ୍ରେସ ଦାବି କରିଛି । ଶ୍ରମିକମାନଙ୍କୁ ପ୍ରାୟ 6 ମାସ ପାଇଁ ପ୍ରତି ମାସରେ 7500 ଟଙ୍କା ଆର୍ଥିକ ସହାୟତା ଦିଆଯାଉ।

ରାହୁଲ ଗାନ୍ଧୀଙ୍କ ରୋଜଗାର ପ୍ରସଙ୍ଗରେ ପ୍ରତିଦିନ ପ୍ରଶ୍ନ ଉଠେଇ ଚାଲିଛନ୍ତି। ଅତୀତରେ ଯେତେବେଳେ ଯୁବ କଂଗ୍ରେସ ରୋଜଗାର ଦିଅ ଅଭିଯାନ ଚଳାଇଥିଲା ସେତେବେଳେ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ।

ରାହୁଲ ଗାନ୍ଧୀ ଭିଡିଓରେ କହିଛନ୍ତି ଯେ, ସରକାର ପ୍ରତିବର୍ଷ 2 କୋଟି ଚାକିରି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ 14 କୋଟି ଲୋକ ଚାକିରି ହରାଇଛନ୍ତି ।

ABOUT THE AUTHOR

...view details