ଆଜିର ଶିଶୁମାନଙ୍କୁ ଭବିଷ୍ୟତର ଦକ୍ଷ ମାନବ ସମ୍ବଳରେ ପରିଣତ କରିବାକୁ ହେଲେ ସୁଷମ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଅନ୍ତର୍ଜାତୀୟ ପୋଷଣ ସୂଚୀରେ ଭାରତର ସ୍ଥାନ ସବୁବେଳେ ତଳେ ରହୁଛି । ଏଥିପାଇଁ ମହିଳା ଓ ଶିଶୁମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ପୋଷଣ ବା ପୁଷ୍ଟିକର ଖାଦ୍ୟ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର 2018 ମାର୍ଚ୍ଚରୁ ପୋଷଣ ଅଭିଯାନ (ନ୍ୟାସନାଲ ନ୍ୟୁଟ୍ରିସନ ମିଶନ) ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ସେପ୍ଟେମ୍ବର ମାସକୁ ଜାତୀୟ ପୋଷଣ ମାସ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସାରିତ ହୋଇଥିବା ତାଙ୍କ 'ମନ କି ବାତ୍' କାର୍ଯ୍ୟକ୍ରମରେ କହିଛନ୍ତି ଯେ, ସରକାର ଏବର୍ଷ ମଧ୍ୟ ଏହାକୁ ପାଳନ କରିବେ। ଇତିମଧ୍ୟରେ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ(ଆଇସିଏମଆର) ବାଜରା ଓ ମଞ୍ଜି ଜାତୀୟ ଖାଦ୍ୟ ଶସ୍ୟ, ଦୁଗ୍ଦଜାତ, ପନିପରିବା ଏବଂ ଫଳ ଆଦି ଉପରେ ଗୁରୁତ୍ବ ଦେଇ ଖାଦ୍ୟ ସାମଗ୍ରୀର ଏକ ନିୟମାବଳୀ ପ୍ରକାଶ କରିଛି । ଗର୍ଭଧାରଣ କରିଥିବା ମହିଳା, ପ୍ରସୂତି ମହିଳା ଏବଂ ଶିଶୁମାନଙ୍କ ପାଇଁ ଖାଦ୍ୟ ବାବଦ ଭତ୍ତାର ଏକ ବିସ୍ତୃତ ତାଲିକା ମଧ୍ୟ ଆଇସିଏମଆର ପ୍ରଦାନ କରିଛି । ଦୁର୍ଭାଗ୍ୟବଶତଃ ସଂଖ୍ୟାଧିକ ଭାରତୀୟ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଅତୀତରେ କରାଯାଇଥିବା ଜାତୀୟ ନ୍ୟୁଟ୍ରିସନ ସର୍ଭେରେ ପିଲାଙ୍କ ଶରୀରରେ ଭିଟାମିନ, ଆୟୋଡିନ, ଜିଙ୍କ୍ ଏବଂ ଆଇରନ୍ କେତେ ଅଭାବ ରହୁଛି ତାହା ଜାଣିବା ପାଇଁ 1 ଲକ୍ଷ 12 ହଜାର ରକ୍ତ ଓ ମୁତ୍ର ନମୁନା ସଂଗ୍ରହ କରାଯାଇଥିଲା । ପିଲାଙ୍କ ମଧ୍ୟରେ ଦୁର୍ବଳତା, ଶରୀର କ୍ଷୟ ଏବଂ କମ୍ ଓଜନ ରହୁଥିବା ରିପୋର୍ଟରୁ ଜଣାପଡିଥିଲା। ଏବେ ଦେଖା ଦେଇଥିବା ମହାମାରୀ ବର୍ତ୍ତମାନର ବେକାରୀ ଏବଂ ଅନାହାରଜନିତ ସମସ୍ୟାକୁ ବହୁଗୁଣିତ କରି ଦେଇଛି । ଏହି ଦୃଷ୍ଟିରୁ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁଷମ ଖାଦ୍ୟ ଯୋଗାଇ ଦେବା ସରକାରଙ୍କ ପାଇଁ ଜରୁରୀ ଦାୟିତ୍ବ।
ଗରିବଙ୍କ ପାଇଁ ପୁଷ୍ଟିକର ଖାଦ୍ୟ
ଆଜିର ଶିଶୁମାନଙ୍କୁ ଭବିଷ୍ୟତର ଦକ୍ଷ ମାନବ ସମ୍ବଳରେ ପରିଣତ କରିବାକୁ ହେଲେ ସୁଷମ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଅନ୍ତର୍ଜାତୀୟ ପୋଷଣ ସୂଚୀରେ ଭାରତର ସ୍ଥାନ ସର୍ବଦା ତଳେ ରହୁଛି । ଏଥିପାଇଁ ମହିଳା ଓ ଶିଶୁମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ପୋଷଣ ବା ପୁଷ୍ଟିକର ଖାଦ୍ୟ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର 2018 ମାର୍ଚ୍ଚରୁ ପୋଷଣ ଅଭିଯାନ ଆରମ୍ଭ କରିଛନ୍ତି । ଏହା ପରେ ସେପ୍ଟେମ୍ବର ମାସକୁ ଜାତୀୟ ପୋଷଣ ମାସ ଭାବେ ପାଳନ କରାଯାଉଛି । ଅଧିକ ପଢନ୍ତୁ...
2017ର ଗ୍ଲୋବାଲ ନ୍ୟୁଟ୍ରିସନ ରିପୋର୍ଟରେ ପ୍ରକାଶ ପାଇଛି ଯେ 51 ପ୍ରତିଶତ ଭାରତୀୟ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ଦେଖାଯାଇଥାଏ। ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ 19 କୋଟି ଭାରତୀୟଙ୍କ ପାଖରେ ଘୋର ପୁଷ୍ଟିହୀନତା ଦେଖାଯାଇଥିବା ଜଣାଯାଇଛି। ଖାଦ୍ୟ ଅଭାବ କାରଣରୁ ଦେଶର ମୋଟ ଜନସଂଖ୍ୟାର ପ୍ରାୟ 70 ପ୍ରତିଶତ ଲୋକଙ୍କର ମାାଂସପେଶୀ ଦୁର୍ବଳ। ପୁଷ୍ଟିକର ଖାଦ୍ୟ ଯୋଗାଣକୁ ଜାତୀୟ ବିକାଶ କାର୍ଯ୍ୟସୂଚୀ ଭିତରକୁ ଆଣିବା ପାଇଁ ନୀତି ଆୟୋଗ ଏକ ନ୍ୟାସନାଲ ନ୍ୟୁଟ୍ରିସନ ଷ୍ଟ୍ରାଟେଜି ପ୍ରକାଶ କରିଛି। ଭାରତ ସ୍ବାଧୀନ ହେବା ପରଠାରୁ ରକ୍ତହୀନତା ଏବଂ ପୁଷ୍ଟିହୀନତା ନିୟମିତ ଭାବେ ଦେଶ ପାଇଁ ବିପଦ ହୋଇ ରହିଆସିଛି। ଦୂଷିତ ପୋଖରୀ କାରଣରୁ ଲକ୍ଷ ଲକ୍ଷ ଶିଶୁ ଏବଂ ବୟସ୍କ ଡାଇରିଆ ଏବଂ କୁର୍ମି ରୋଗରେ ପଡୁଛନ୍ତି। ଶରୀରକୁ ସୁସ୍ଥ ରଖିବା ଭଳି ଖାଦ୍ୟ ଅଭାବରୁ 19ରୁ 49 ବର୍ଷ ବୟସର ମହିଳାଙ୍କ ମଧ୍ୟରେ ରକ୍ତହୀନତା ବହୁଳ ଭାବେ ଦେଖାଯାଉଛି। ନୀତି ଆୟୋଗର ଯୋଜନା ପୁଷ୍ଟିହୀନତାର କାରଣ ଖୋଜି ବାହାର କରୁଛି, କିନ୍ତୁ ପ୍ରକୃତ ସ୍ଥିତିରେ କିପରି ସୁଧାର ଆସିବ ସେ ଦିଗରେ ବିଶେଷ କିଛି କରିପାରୁନାହିଁ । କୋଭିଡ-19 ଜୀବନ ଜୀବିକାକୁ ଛାରଖାର କରିଦେବା ପରେ ଭାରତରେ ଅସହାୟ ଲୋକଙ୍କ କ୍ଷୁଧା ଅନେକ ଗୁଣରେ ବଢିଯାଇଛି। ଏପରି ଏକ ଅଭୂତପୂର୍ବ ପରିସ୍ଥିତିରେ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନଭୁକ୍ତ କରିବା ଉଚିତ୍। ଫଳରେ ସେମାନେ ଅନ୍ତତଃ ମାସକୁ 5 କେଜି ଖାଦ୍ୟଶସ୍ୟ ପାଇପାରିବେ। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ଚାଷୀମାନଙ୍କୁ ଧାର୍ଯ୍ୟ ସହାୟକ ଦର ଦେଇ ସେମାନଙ୍କ ଉପ୍ତାଦିତ ସାମଗ୍ରୀ କିଣିବା ଉଚିତ୍, ଯାହାଦ୍ବାରା ଯୋଗାଣ ପ୍ରକ୍ରିୟା ଜାରି ରହି ପାରିବ। ଏଥିସହିତ ଅଙ୍ଗନବାଡ଼ି କେନ୍ଦ୍ର ଗୁ଼ଡିକୁ ଅଧିକ ସୁଦୃଢ କରାଯାଇ ଜାତୀୟ ପୋଷଣ କାର୍ଯ୍ୟକ୍ରମକୁ ବାସ୍ତବ ରୂପ ଦିଆଯିବା ଦିଗରେ ଉଦ୍ୟମ ହେବା ଉଚିତ ।