କୋଚି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଗରିକତ୍ବକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ସାମ୍ନାକୁ ଆସିଛି ରାହୁଲଙ୍କ ଜନ୍ମର ପ୍ରମାଣ। ଆଉ ଏହାର ପ୍ରମାଣ ଦେଇଛନ୍ତି କେରଳରେ ନର୍ସ ଭାବେ ନିଜ ସେବାରୁ ନିବୃତ ନେଇଥିବା 72 ବର୍ଷୀୟ ରାଜମ୍ମା ବାବଥିଲ । ରାହୁଲ ଗାନ୍ଧିଙ୍କ ଜନ୍ମ ସମୟର ସେ ପ୍ରତ୍ୟକ୍ଷଦର୍ଶୀ ବୋଲି ନିଜକୁ କହିଛନ୍ତି ।
କେରଳର ୱାୟନାଡାର ଭୋଟର ଥିବା ରାଜମ୍ମା କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇବା ଉଚିତ ନୁହେଁ । କାରଣ ରାହୁଲଙ୍କ ଜନ୍ମ ସମୟରେ ସେ ମଧ୍ୟ ଅନ୍ୟମାନଙ୍କ ଭଳି ସେଠାରେ ଉପସ୍ଥିତ ଥିଲେ । ରାହୁଲ ଦିଲ୍ଲୀର ହୋଲି ଫ୍ୟାମିଲି ହସ୍ପିଟାଲରେ ଜୁନ 19, 1970 ମସିହାରେ ଜନ୍ମ ହୋଇଥିଲେ । ସେହି ସମୟରେ ରାଜମ୍ମା ମଧ୍ୟ ଡ୍ୟୁଟିରେ ଥିଲେ ଓ ନର୍ସର ପ୍ରଶିକ୍ଷଣ ନେଉଥିଲେ ।