ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଅଣାୟତ୍ତ । ଦିନକୁ ଦିନ ସଂକ୍ରମଣ ମାମଲା ବଢିଚାଲିଥିବା ବେଳେ ଦେଶରେ 34 ହଜାର ପାର କରିଛି କୋରୋନା ମାମଲା । ଏହାକୁ ଦୃଷ୍ଟିରେ ରଖି ସରକାର ବହୁ ସଂଖ୍ୟାରେ ଟେଷ୍ଟିଂ ଆରମ୍ଭ କରିଛନ୍ତି । ତେବେ ପୂର୍ବରୁ ବହୁ ଟେଷ୍ଟ କରି ରେକର୍ଡ କରିଥିବା ଆଇସିଏମଆର ଗତ 24 ଘଣ୍ଟାରେ ମଧ୍ୟ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରିଛି । ଗୋଟିଏ ଦିନରେ ଦେଶରେ 9,28,761 ଟେଷ୍ଟ କରାଯାଇଛି ।
ଗୋଟିଏ ଦିନରେ ଦେଶରେ 9,28,761 ହୋଇଛି ଟେଷ୍ଟ:ICMR - ଆଇସିଏମଆର
ଗତ 24 ଘଣ୍ଟାରେ ମଧ୍ୟ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରିଛି । ଗୋଟିଏ ଦିନରେ ଦେଶରେ 9,28,761 ଟେଷ୍ଟ କରାଯାଇଛି ।
ଏଯାବତ୍ ଦେଶରେ 4,04,06,609 ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଶୁକ୍ରବାର 9,28,761 ନମୁନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) କହିଛି । ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ 76,472 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,021 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 34,63,973ରେ ପହଞ୍ଚିଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 26,48,999 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 7,52,424 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଏବେସୁଦ୍ଧା ଦେଶରେ 62,550 ଆକ୍ରାନ୍ତ କୋରୋନାରେ ପ୍ରାଣ ହରାଇଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।