ନୂଆଦିଲ୍ଲୀ: ସିଏଏକୁ ନେଇ ଦିଲ୍ଲୀ ହିଂସା କ୍ରମଶଃ ଶାନ୍ତ ପଡିଛି । ମାତ୍ର ହିଂସାକାଣ୍ଡରେ ହୋଇଥିବା ସଂଘର୍ଷ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗୁଛି । ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଏପର୍ଯ୍ୟନ୍ତ 27 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 200ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି ।
ଦିଲ୍ଲୀ ହିଂସାରେ ମୃତକଙ୍କ ପରିବାରକୁ 2ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି ଦିଲ୍ଲୀ ସରକାର । ଅନ୍ୟପଟେ ଦିଲ୍ଲୀ ପୋଲିସ ଶହୀଦ ହେଡ୍ କନେଷ୍ଟବଳ ରତନଲାଲଙ୍କ ପରିବାରକୁ 1କୋଟିର ଆର୍ଥିକ ସହାୟତା ଓ ପରିବାର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ କରିଛନ୍ତି ଦିଲ୍ଲୀ ସରକାର ।
ଦିଲ୍ଲୀ ହାଇକୋର୍ଟ ଉତ୍ତେଜନାମୂଳକ ବୟାନ ମାମଲାରେ ତ୍ବରିତ ପଦକ୍ଷେପ ସ୍ବରୁପ କପିଲ ମିଶ୍ରା, ଅନୁରାଗ ଠାକୁର ଓ ପ୍ରବେଶ ବର୍ମାଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ କୋର୍ଟ ଅନୁରାଗ ଠାକୁର ଓ ପ୍ରବେଶ ବର୍ମାଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି । ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲ ହିଂସାଗ୍ରସ୍ତ ଇଲାକାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ପୁନଃର୍ବାର ସିଲମପୁରା ଇଲାକା ଗସ୍ତ ପରେ ସେଠାରେ ସ୍ଥିତି ପଚାରି ବୁଝିଥିଲେ ।