ଓଡିଶା

odisha

ETV Bharat / bharat

ଦିଲ୍ଲୀ ହସ୍ପିଟାଲରେ କମୁଛନ୍ତି ଆକ୍ରାନ୍ତ, ଖାଲି ପଡିଛି 9,900 କୋଭିଡ୍ ଶଯ୍ୟା - କୋରୋନା କହର

ଦିଲ୍ଲୀରେ ଧୀରେ ଧୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। ଯାହା ଫଳରେ ଏବେ ଦିଲ୍ଲୀରେ ପାଖାପାଖି 9,900 କୋଭିଡ୍ ଶଯ୍ୟା ଫାଙ୍କା ପଡିଛି। ଏହାସହ ଅନେକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି।

ଦିଲ୍ଲୀ ହସ୍ପିଟାଲରେ କମୁଛନ୍ତି ଆକ୍ରାନ୍ତ, ଖାଲି ପଡିଛି 9900 କୋଭିଡ୍ ଶର୍ଯ୍ୟା
ଦିଲ୍ଲୀ ହସ୍ପିଟାଲରେ କମୁଛନ୍ତି ଆକ୍ରାନ୍ତ, ଖାଲି ପଡିଛି 9900 କୋଭିଡ୍ ଶର୍ଯ୍ୟା

By

Published : Jul 5, 2020, 4:09 PM IST

Updated : Jul 5, 2020, 5:07 PM IST

ନୂଆଦିଲ୍ଲୀ: କୋରୋନା କହରରେ ସାରା ଦେଶ। ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଜାତୀୟ ରାଜଧାନୀର ସ୍ଥିତି ମଧ୍ୟ ସାଙ୍ଘାତିକ। ମାମଲା ବଢୁଥିବାରୁ ପରବର୍ତ୍ତୀ ସମୟରେ ବେଡ୍ ଅଭାବ ଦେଖାଯିବା ନେଇ ଆକଳନ କରାଯାଇଥିଲା। ହେଲେ ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି।

ତାଙ୍କ କହିବା ଅନୁସାରେ ଦିଲ୍ଲୀରେ ଧୀରେ ଧୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। ଯାହା ଫଳରେ ଏବେ ଦିଲ୍ଲୀରେ ପାଖାପାଖି 9,900 କୋଭିଡ୍ ଶଯ୍ୟା ଫାଙ୍କା ପଡିଛି। ଏହାସହ ଅନେକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି। ତେବେ ଦେଶରେ ଏବେ ସୁସ୍ଥତା ହାର 70 ପ୍ରତିଶତ ରହିଛି।

ଦିଲ୍ଲୀର କମ୍ ଲୋକ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଆବଶ୍ୟକ କରୁଛନ୍ତି, ଅଧିକରୁ ଅଧିକ ଲୋକ ଘରେ ରହି ସୁସ୍ଥ ହେଉଛନ୍ତି। ଗତ ସପ୍ତାହରେ ଦୈନିକ ପ୍ରାୟ 2300 ନୂତନ ରୋଗୀ ଥିବାବେଳେ ଡାକ୍ତରଖାନାର ବର୍ତ୍ତମାନ ରୋଗୀଙ୍କ ସଂଖ୍ୟା 6,200 ରୁ 5,300 କୁ ଖସି ଆସିଛି। ଆଜି 9900 କୋରୋନା ବେଡ୍ ଖାଲି ପଡିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଦିଲ୍ଲୀର କୋଭିଡ୍ 19 ସଂଖ୍ୟା 94,695 ରେ ପହଞ୍ଚିଛି। ମୋଟ ମାମଲାଗୁଡ଼ିକ ମଧ୍ୟରୁ 26,148 ସକ୍ରିୟ, 65,624 ଆରୋଗ୍ୟ ଲାଭ କରିଛନ୍ତି ଏବଂ ସଂକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ 2,923 ଜଣଙ୍କର ମୃତ୍ୟୁ ହୋଇଛି।

Last Updated : Jul 5, 2020, 5:07 PM IST

ABOUT THE AUTHOR

...view details