ଓଡିଶା

odisha

ETV Bharat / bharat

ଦେଶରେ 24 ଘଣ୍ଟାରେ 8909 କୋରୋନା ପଜିଟିଭ, 2ଲକ୍ଷ ଟପିଲା ପଜିଟିଭ ସଂଖ୍ୟା - କୋରୋନା ପଜିଟିଭ

ଦେଶରେ କୋରୋନା ପଜିଟିଭ ସଂଖ୍ୟା 1ଲକ୍ଷ 98ହଜାର, ମୃତ୍ୟୁ ସଂଖ୍ୟା 5598
ଦେଶରେ କୋରୋନା ପଜିଟିଭ ସଂଖ୍ୟା 1ଲକ୍ଷ 98ହଜାର, ମୃତ୍ୟୁ ସଂଖ୍ୟା 5598

By

Published : Jun 3, 2020, 7:43 AM IST

Updated : Jun 3, 2020, 11:07 AM IST

11:03 June 03

ଦେଶରେ 24 ଘଣ୍ଟାରେ 8909 କୋରୋନା ପଜିଟିଭ, 2ଲକ୍ଷ ଟପିଲା ପଜିଟିଭ ସଂଖ୍ୟା

ଦେଶରେ 24 ଘଣ୍ଟାରେ 8909 କୋରୋନା ପଜିଟିଭ, 2ଲକ୍ଷ ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 8ହଜାର 9ଶହ 9 କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 2ଲକ୍ଷ 7ହଜାର 6ଶହ 15କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 5ହଜାର 8ଶହ 15ରେ ପହଞ୍ଚିଛି ।

ସେହିପରି ବର୍ତ୍ତମାନ ସୁଦ୍ଧା 1ଲକ୍ଷ 1ହଜାର 4ଶହ 97 ଜଣ ଚିକିତ୍ସିତ ହେଉଥିବା ବେଳେ 1ଲକ୍ଷ 3ଶହ 3 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 38502 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 4631, ଦିଲ୍ଲୀରେ 12333, ତାମିଲନାଡୁରେ 10683, ରାଜସ୍ଥାନରେ 2735, ମଧ୍ୟପ୍ରଦେଶରେ 2835, ଉତ୍ତରପ୍ରଦେଶରେ 3109, ଆନ୍ଧ୍ରପ୍ରଦେଶରେ 1413, ତେଲେଙ୍ଗାନା 1273, କର୍ଣ୍ଣାଟକରେ 2341, କେରଳରେ 774, ପଶ୍ଚିମବଙ୍ଗରେ 3423  ଓ ଓଡିଶାରେ 913 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 2465 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1092, ମଧ୍ୟପ୍ରଦେଶରେ 364, ପଶ୍ଚିମବଙ୍ଗରେ 335, ଦିଲ୍ଲୀରେ 556, ଆନ୍ଧ୍ରପ୍ରଦେଶରେ 64, ତାମିଲନାଡୁରେ 197, କର୍ଣ୍ଣାଟକରେ 52 ଓ ତେଲେଙ୍ଗାନାରେ 92 ଜଣଙ୍କ ମୃତ୍ୟୁ ହୋଇଛି ।

06:09 June 03

ଦେଶରେ କୋରୋନା ପଜିଟିଭ ସଂଖ୍ୟା 1ଲକ୍ଷ 98ହଜାର, ମୃତ୍ୟୁ ସଂଖ୍ୟା 5598

ଦେଶରେ କୋରୋନା ପଜିଟିଭ ସଂଖ୍ୟା 1ଲକ୍ଷ 98ହଜାର, ମୃତ୍ୟୁ ସଂଖ୍ୟା 5598

ନୂଆଦିଲ୍ଲୀ: ଦେଶରେ କୋରୋନା ପଜିଟିଭି ସଂଖ୍ୟା 198706ରେ ପହଞ୍ଚିଛି । ଏହା ସହ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 5598ରେ ପହଞ୍ଚିଛି । 95526ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 97581 ରହିଛି । ଏନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 37543 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5357, ଦିଲ୍ଲୀରେ 11565, ତାମିଲନାଡୁରେ 10141, ରାଜସ୍ଥାନରେ 2742, ମଧ୍ୟପ୍ରଦେଶରେ 2922, ଉତ୍ତରପ୍ରଦେଶରେ 3015, ଆନ୍ଧ୍ରପ୍ରଦେଶରେ 1341, ତେଲେଙ୍ଗାନା 1213, କର୍ଣ୍ଣାଟକରେ 2028, କେରଳରେ 708 ଓ ଓଡିଶାରେ 852 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 2362 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ1063, ମଧ୍ୟପ୍ରଦେଶରେ 358, ଦିଲ୍ଲୀରେ 523, ଆନ୍ଧ୍ରପ୍ରଦେଶରେ 64, ତାମିଲନାଡୁରେ 184, କର୍ଣ୍ଣାଟକରେ 52 ଓ ତେଲେଙ୍ଗାନାରେ 88 ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : Jun 3, 2020, 11:07 AM IST

ABOUT THE AUTHOR

...view details