ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 66କୁ ବୃଦ୍ଧି

ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ପ୍ରକାଶିତ କୋରୋନା ବୁଲେଟିନ୍ ଅନୁଯାୟୀ, ମଧ୍ୟପ୍ରଦେଶରେ କୋରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା 66ରେ ପହଞ୍ଚିଛି । ଅଧିକ ପଢନ୍ତୁ...

MP increased to 66
ଏମପିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 66କୁ ବୃଦ୍ଧି

By

Published : Apr 1, 2020, 10:49 AM IST

ଭୋପାଳ: ମଙ୍ଗଳବାର ମଧ୍ୟପ୍ରଦେଶରେ କୋରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ତୀବ୍ର ବୃଦ୍ଧି ପାଇଛି ଏବଂ ଏହି ସଂଖ୍ୟା 66ରେ ପହଞ୍ଚିଛି। ଇନ୍ଦୋରରେ 44ଟି କୋରୋନା ସଂକ୍ରମିତ ହୋଇଥିବା ରାଜ୍ୟରେ ଏପର୍ଯ୍ୟନ୍ତ 5 ଜଣଙ୍କର ମୃତ୍ୟୁ ହୋଇଛି।

ଏମପିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 66କୁ ବୃଦ୍ଧି

ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ପ୍ରକାଶିତ କୋରୋନା ବୁଲେଟିନ୍ ଅନୁଯାୟୀ, ଇନ୍ଦୋରର 17 ଜଣ ଆକ୍ରାନ୍ତଙ୍କ ନମୁନା ପଜିଟିଭ ବୋଲି ଜଣାପଡିଛି ଏବଂ ଏଠାରେ ସଂକ୍ରମିତଙ୍କ ସଂଖ୍ୟା 44 କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଭୋପାଳରେ 4 ଜଣ, ଜବଲପୁରରେ 8 ଜଣ, ଗ୍ୱାଲିଅର ଏବଂ ଶିବପୁରୀରେ 2 ଜଣ ଏବଂ ଉଜୈନରେ 6 ଜଣ ଆକ୍ରାନ୍ତ ଅଛନ୍ତି। ଏହି ପରିପ୍ରେକ୍ଷୀରେ, ରାଜ୍ୟରେ କୋରୋନାର ପଜିଟିଭଙ୍କ ସଂଖ୍ୟା ବର୍ତ୍ତମାନ 66କୁ ବୃଦ୍ଧି ହୋଇଛି ।

କୋରୋନା ବୁଲେଟିନ୍ ଅନୁଯାୟୀ, ରାଜ୍ୟରେ ଏପର୍ଯ୍ୟନ୍ତ 5 ଜଣ କୋରୋନା ପୀଡିତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ 3 ଜଣ ଇନ୍ଦୋରରୁ ଏବଂ 2 ଜଜୈନରୁ । ରାଜ୍ୟରେ ସମ୍ଭାବ୍ୟ ରୋଗୀଙ୍କ ସଂଖ୍ୟାକୁ ଅନୁଧ୍ୟାନ କରି ଇନ୍ଦୋରରେ 17, ଜବଲପୁରରେ 17, ଉଜୈନ, ଗ୍ୱାଲିଅର ଏବଂ ଶିବପୁରୀରେ 17 ଟି ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରାଯାଇଛି।

@IANS

ABOUT THE AUTHOR

...view details