ଓଡିଶା

odisha

ETV Bharat / bharat

NSGରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ଵାହିନୀରେ 745 ପଜିଟିଭ୍ - କେନ୍ଦ୍ରୀୟ ସାମରିକ ଵାହିନୀରେ 745 ପଜିଟିଭ୍

ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି)ରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହି ଖଵର ଏନଏସଜି ମୁଖିଆଙ୍କ ନିଦ ହଜେଇ ଦେଲାଣି। କାରଣ' ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଠାରୁ ଆରମ୍ଭ କରି ଵ୍ୟକ୍ତିଗତ ମିଳାମିଶା ସ୍ଥିତି ଗମ୍ଭୀର ବୋଲି ଅନୁମାନ କରାଯାଉଛି।

covid-19-positive
NSGରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, କେନ୍ଦ୍ରୀୟ ସାମରିକ ଵାହିନୀରେ 745 ପଜିଟିଭ୍

By

Published : May 11, 2020, 10:52 AM IST

Updated : May 11, 2020, 11:10 AM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (NSG)ରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହି ଖଵର ଏନଏସଜି ମୁଖିଆଙ୍କ ନିଦ ହଜେଇ ଦେଲାଣି। କାରଣ' ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଠାରୁ ଆରମ୍ଭ କରି ଵ୍ୟକ୍ତିଗତ ମିଳାମିଶା ସ୍ଥିତି ଗମ୍ଭୀର ବୋଲି ଅନୁମାନ କରାଯାଉଛି। ତେଵେ ଡାକ୍ତରୀ କର୍ମଚାରୀମାନେ ରବିବାର କୋରୋନା ଭାଇରସ୍ COVID-19 ପାଇଁ ପରୀକ୍ଷା କରି ଥିଲେ। ତେଵେ ଏନଏସଜିରେ ଜଣଙ୍କ ଠାରେ ପଜିଟିଭ୍ ଚିହ୍ନଟ ହୋଇଥିଲା। ସମୁଦାୟ ପାଞ୍ଚଟି କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 745 ଛୁଇଁଲାଣି।

ଏହି ସୁରକ୍ଷା ଗାର୍ଡରେ ସଂକ୍ରମିତ କର୍ମଚାରୀଙ୍କୁ ପ୍ରଥମେ ଗୁରୁଗାଓଁର ମାନସର ଏନଏସଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଗ୍ରେଟର ନୋଏଡାର ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସର ରେଫରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

"ଆମର ଗୋଟିଏ କୋଭିଡ୍ ପଜିଟିଭ୍ ମାମଲା ଅଛି। ବ୍ୟକ୍ତି ଜଣକ କମ୍ପୋଜିଟ୍ ହସ୍ପିଟାଲରେ ଜଣେ ଯୁଦ୍ଧବିମାନ ସପୋର୍ଟ ଷ୍ଟାଫ୍ ଅଟନ୍ତି। ତାଙ୍କୁ କିଛି ସ୍ବାସ୍ଥ୍ୟସମସ୍ୟା ପାଇଁ ନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ରୋଗୀର ଯତ୍ନ ନେବାକୁ ଆଟେଣ୍ଡାଣ୍ଟ ଡ୍ୟୁଟିରେ ପଠାଯାଇଥିଲା। ସେବକ ଡ୍ୟୁଟିରୁ ଫେରିବା ପରେ ସେ ଆମର SOP ଅନୁଯାୟୀ ଦୁଇ ସପ୍ତାହ ପାଇଁ କ୍ଵାରେଣ୍ଟାଇନ୍ ମଧ୍ୟରେ ରଖାଯାଇଥିଲା। ଏହି ସମୟ ମଧ୍ୟରେ ଯେତେବେଳେ ତାଙ୍କ ଠାରେ ଫ୍ଲୁ ବିକଶିତ ହୋଇଥିଲା ତାଙ୍କୁ କୋଭିଡ୍ ଟେଷ୍ଟ କରାଯାଇଥିଲା ଏବଂ ପରେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡିଥିଲା ଵୋଲି ଏନଏସଜି ସୂତ୍ରରୁ ପ୍ରକାଶ। ତାଙ୍କୁ ବର୍ତ୍ତମାନ ସହରର ଏକ ରେଫରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସାମାନ୍ୟ ଲକ୍ଷଣ ସହିତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।''

Last Updated : May 11, 2020, 11:10 AM IST

ABOUT THE AUTHOR

...view details