ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ଅଶାନ୍ତିର ସ୍ଥିତି ଲାଗି ରହିଛି । ଏପରି ସ୍ଥିତିରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରୟାସ କରାଯାଉଛି । ଦେଶର ରାଜଧାନୀରେ ବିଗିଡିଥିବା ମାହୋଲକୁ ସୁଧାରିବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଦାୟିତ୍ବ ଦେଇଛନ୍ତି କେନ୍ଦ୍ର ସରକାର ।
ଜାତୀ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉତ୍ତରପୂର୍ବ ଦିଲ୍ଲୀର ସିଲମପୁର ଡିସିପି ଅଫିସ ଯିବା ପରେ ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ସମୟରେ ଡୋଭାଲ ସ୍ଥାନୀୟ ଲୋକଙ୍କ ସହ କଥା ହେବା ସହ ସମସ୍ତଙ୍କୁ ମିଳିମିଶି ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଡୋଭାଲ କହିଛନ୍ତି ଯେ ଯେଉଁମାନେ ଦେଶକୁ ଭଲପାଆନ୍ତି, ସେମାନେ ନିଜ ସମାଜ ଓ ପଡୋଶୀଙ୍କୁ ମଧ୍ୟ ଭଲପାଇଥାନ୍ତି । ସମସ୍ତଙ୍କୁ ପ୍ରେମ ଓ ସଦ୍ଭାବନାର ସହ ରହିବାର ଆବଶ୍ୟକତା ରହିଛି । ଲୋକଙ୍କୁ ପରସ୍ପରର ସମସ୍ୟାର ସମାଧାନ କରିବା ଉଚିତ ବୋଲି ସେ ନିଜ ସନ୍ଦେଶରେ କହିଛନ୍ତି ।