ଓଡିଶା

odisha

ETV Bharat / bharat

ମହିଳାଙ୍କ ପାଇଁ ଖୁସି ଖବର, 1 ଟଙ୍କାରେ ମିଳିବ ସାନିଟାରୀ ନାପକିନ - ସାନିଟାରୀ ନାପକିନ

ଏବେ ଏକ ଟଙ୍କାରେ ମିଳିବ ସାନିଟାରୀ ନାପକିନ। ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 27, 2019, 11:58 AM IST

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଖୁସି ଖବର। ଏବେ ଏକ ଟଙ୍କାରେ ମିଳିବ ସାନିଟାରୀ ନାପକିନ। ସରକାର ପୂର୍ବରୁ ଜନ ଔଷଧି କେନ୍ଦ୍ର ଗୁଡିକରୁ 10 ଟଙ୍କାରେ ମିଳୁଥିବା ନାପକିନକର ମୂଲ୍ୟକୁ କମ କରି 1 ଟଙ୍କା କରିଦେଇଛନ୍ତି । ସରକାର ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି ।

ତେବେ ଏହି ସୁବିଧା 27 ଅଗଷ୍ଟ ଆଜି (ମଙ୍ଗଳବାର) ଠାରୁ ସମସ୍ତ ଜନ ଔଷଧୀ କେନ୍ଦ୍ରରେ ଉପଲବ୍ଧ ହେବା ନେଇ କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ପୂର୍ବରୁ ୪ଟି ପ୍ୟାଡ ରହୁଥିବା ଗୋଟିଏ ପ୍ୟାକେଟ ୧୦ ଟଙ୍କାରେ ବିକ୍ରି ହେଉଥିଲା ହେଲେ ଏବେ ଏହା ମାତ୍ର ୪ ଟଙ୍କାରେ ଉବଲବ୍ଧ ହେବ ।

ତେବେ ସୁବିଧା ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରାୟ ୫ ହଜାର ୫୦୦ ଜନଔଷଧୀ କେନ୍ଦ୍ରରେ ଉପଲବ୍ଧ ହେବ। ଗତ 2 ବର୍ଷ ଭିତରେ ଔଷଧୀ କେନ୍ଦ୍ରରୁ ପ୍ରାୟ 2.2 କୋଟି ସାନିଟାରୀ ନାପକିନ ବିକ୍ରି ହୋଇସାରିଛି । ଆଉ ଏବେ ମୂଲ୍ୟରେ ହ୍ରାସ ହେବାପରେ ଏହାର ବିକ୍ରି ବହୁଳ ମାତ୍ରାରେ ହେବ ବୋଲି ଆଶା କରାଯାଉଥିବା ରାଷ୍ଟ୍ରମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସମୟରେ ବଜାରରେ ସାନିଟାରୀ ନାପକିନ ଗୋଟିଏ ପ୍ୟାଡ 6 ରୁ ଆଠ ଟଙ୍କାରେ ମିଳୁଥିବାବେଳେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ନାପକିନ ମହିଳା ଓ ଯୁବତୀଙ୍କ ପାଇଁ ବେଶ ଲାଭଦାୟକ ହେବ ।

ABOUT THE AUTHOR

...view details