ନୂଆଦିଲ୍ଲୀ: ସରିଛି ସାଧାରଣ ନିର୍ବାଚନ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବିଧି ମଧ୍ୟ ରବିବାର ଦେଶରୁ ଉଠିଯାଇଛି । ତେବେ ଆଚରଣ ବିଧି ଉଠିବା ପରେ ସରକାରୀ ଯୋଜନା ଧୀରେଧୀରେ ଦେଶରେ ପୁନର୍ବାର ଲାଗୁ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ଲାଗୁ କରାଯିବାକୁ ମୋଦି ସରକାର ଚିନ୍ତ କରୁଛନ୍ତି । ଏହି ଯୋଜନା ଲାଗୁ ହେଲେ ଦେଶର ପାଖାପାଖି ସାଢେ 7କୋଟି କୃଷକ ଲାଭବାନ ହେବେ ।
ଏଣିକି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ମିଳିବ ସହାୟତା
ଏଣିକି ଦେଶର ସାଢେ 7 କୋଟି କିଷାନଙ୍କ ପାଇଁ ଖୁସିର ସମୟ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁସାରେ କୃଷକମାନେ ପାଇବେ ଟଙ୍କା ।
ମୋଦି ସରକାରର ଗେମ ଚେଞ୍ଜର ମଧ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଗୋଟିଏ । ଯେଉଁମାନେ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ରେଜିଷ୍ଟ୍ରେସନ କରି ନଥିଲେ ସେମାନେ ଏବେ ଏହି ସ୍କିମ ହିସାବରେ ଟଙ୍କା ପାଇବାର ହକଦାର ହୋଇଛନ୍ତି । ଦେଶର 4.76 କୋଟି କିଷାନ ଏହି ଯୋଜନା ମାଧ୍ୟମରେ ରେଜିଷ୍ଟ୍ରେସନ କରିସାରିଛନ୍ତି । ମୋଦି ସରକାର ପୁଣି ସତ୍ତାକୁ ଆସିବା ପରେ କୃଷକମାନଙ୍କ ପାଇଁ ଏହି ସ୍କିମ ଦେଶରେ ପ୍ରଚଳିତ ହେବ ।
କୃଷକ ମନ୍ତ୍ରାଳୟ ଅଧିକାରୀଙ୍କ ହିସାବରେ ଯେଉଁମାନଙ୍କର ଯୋଜନା ଅନୁସାରେ 10 ମାର୍ଚ୍ଚରୁ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ରେଜିଷ୍ଟ୍ରେସନ ହୋଇ ନଥିଲା ସେମାନେ ଏବେ ସମସ୍ତ ଟଙ୍କା ପାଇ ପାରିବେ । ପ୍ରଥମ ଓ ଦ୍ବିତୀୟ ଦୁଇଟି କିସ୍ତିର ଟଙ୍କା ତାଙ୍କୁ ମିଳିବ । ତେଣୁ ଖୁବ ଶୀଘ୍ର ରେଜିଷ୍ଟ୍ରେସନ କରି ନିଅନ୍ତୁ । ତେବେ ଏବେ କ୍ଷୁଦ୍ର ଓ ନାମ ମାତ୍ର କୃଷକ ପରିବାର ଏହି ତାଲିକାର ଅନ୍ତର୍ଭୁକ୍ତ ।