ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଶିବସେନା - Now Shiv Sena demanded Fadnavis's resignation

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଇସ୍ତଫା ଦାବି କରିଛି ଶିବସେନା । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ

By

Published : Nov 25, 2019, 7:28 PM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଇସ୍ତଫା ଦାବି କରିଛି ଶିବସେନା । ଶିବସେନା କହିଛି ଦେବେନ୍ଦ୍ର ନିକଟରେ ବହୁମତ ନାହିଁ । ମାତ୍ର ସେ ରାଜ୍ୟରେ ସରକାର ଚଳାଉଛନ୍ତି । ଏଥିପାଇଁ ତାଙ୍କୁ ତୁରନ୍ତ ଇସ୍ତଫା ଦେବା ଜରୁରୀ ବୋଲି ଶିବସେନାର ବିଧାୟକ ଦଳର ନେତା ଏକନାଥ ସିନ୍ଦେ କହିଛନ୍ତି ।

ସିନ୍ଦେ କହିଛନ୍ତି କି, ଆମ ନିକଟରେ ବହୁମତ ରହିଛି । ଆମ ନିକଟରେ 165 ବିଧାୟକଙ୍କ ସମର୍ଥନ ରହିଛି । ଆମେ ଆମର ବହୁମତ ଖୁବଶୀଘ୍ର ସାବ୍ୟସ୍ତ କରିପାରିବୁ । ଯେ କୌଣସି ଉପାୟରେ ଆମେ ଆମର ବହୁମତ ସାବ୍ୟସ୍ତ କରିପାରିବୁ ବୋଲି ସେ କହିଥିଲେ । ସେ ବିଜେପିକୁ ଚ୍ୟାଲେଞ୍ଜ ଦେଇ କହିଥିଲେ କି, ଯଦି ବିଜେପି କହୁଛି ତା ନିକଟରେ ବହୁମତ ରହିଛି, ତେବେ ଡେରି ନ କରି ତାହା ପ୍ରମାଣିତ କରୁ । ତେବେ ସେମାନଙ୍କ ନିକଟରେ ବହୁମତ ନାହିଁ ଯାହାକୁ ଆମେ ପ୍ରମାଣିତ କରିପାରିବୁ ବୋଲି ସେ କହିଥିଲେ ।

ସେହିପରି କଂଗ୍ରେସ ମଧ୍ୟ ଫଡନାବିସଙ୍କ ବହୁମତ ଦାବି କରି ବିଜେପିର ଫ୍ଲୋର ଟେଷ୍ଟ ମଧ୍ୟ ଦାବି କରିଛି । ସୋମବାର କଂଗ୍ରେସ 163 ବିଧାୟକଙ୍କ ହସ୍ତାକ୍ଷର ସମ୍ବଳିତ ଏକ ପତ୍ରରେ କହିଛି ଯେ, ଦେବେନ୍ଦ୍ର ଫଡନାବିସ 23 ନଭେମ୍ବରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମାତ୍ର ତାଙ୍କ ନିକଟରେ ବହୁମତ ନଥିଲା । ଏବେ ମଧ୍ୟ ତାଙ୍କ ନିକଟରେ ବହୁମତ ନଥିବା ନେଇ କଂଗ୍ରେସ କହିଛି । ତାଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ବାକି ରହିଛି ବୋଲି କଂଗ୍ରେସ କହିଛି ।

For All Latest Updates

ABOUT THE AUTHOR

...view details