ହାଇଦ୍ରାବାଦ: ବନ୍ଧୁତ୍ବ ଦିବସରେ ଚାରିଆଡେ ସେଲିବ୍ରେସନର ମାହୋଲ । ଯୁବପୀଢି ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆରମ୍ଭ କରିଛନ୍ତି ସବୁ ପ୍ରକାର ପ୍ରୟାସ । କିଏ କେକ୍ କାଟୁଛି ତ କିଏ ଚକୋଲେଟ ଦେଇ ମନ ଖୁସି କରୁଛି ବନ୍ଧୁର । ତେବେ ବନ୍ଧୁତ୍ବ ଦିବସ ଭଳି ଦିନରେ ଗୋଟିଏ ଚକୋଲେଟ ବ୍ରାଣ୍ଡ ଆରମ୍ଭ କରିଛି ଏକ ନିଆରା ପ୍ରୟାସ । ଯେଉଁଥିରେ ଟ୍ରୋଲର୍ସଙ୍କୁ ଟ୍ରୋଲ କରିବା ପାଇଁ କରାଯାଇଛି କିଛି ନିଆରା ପ୍ରୟାସ ।
ବନ୍ଧୁତ୍ବ ଦିବସରେ ବନ୍ଧୁର ମନ ଜାଣି ଗୋଟିଏ ବନ୍ଧୁ ନେଇଥାଏ ଅନେକ ଶପଥ । ବନ୍ଧୁଟିର ଖୁସି ଦେଖିବା ପାଇଁ କିଛି ବି କରିପାରେ ବନ୍ଧୁ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଥିବା ବେଳେ ଅସୁରକ୍ଷିତ ହେବାରେ ଲାଗିଛି ବ୍ୟକ୍ତିଗତ ଜୀବନ । ଅଯଥା କମେଣ୍ଟ ଦେଇ ଟ୍ରୋଲ କରିବାକୁ ପଛାଉ ନାହାନ୍ତି ଲୋକେ ।