ଓଡିଶା

odisha

By

Published : Jul 13, 2020, 4:24 AM IST

ETV Bharat / bharat

ଏଣିକି ଗୁଗଲ ଆସିଷ୍ଟାଣ୍ଟ ସହ କରନ୍ତୁ ହ୍ବାଟ୍ସଆପ୍‌ ଭଏସ ବା ଭିଡିଓ କଲ୍‌

ଏଣିକି ହ୍ବାଟ୍ସଆପ୍‌ରେ ଭଏସ ବା ଭିଡିଓ କଲ କରିବା ପାଇଁ ଆସିଷ୍ଟାଣ୍ଟର ବ୍ୟବହାର କରାଯାଇପାରିବ । ଅର୍ଥାତ୍‌ ଏବେ କେବଳ ଗୁଗଲ ଆସିଷ୍ଟାଣ୍ଟ ଉପରେ କ୍ଲିକ କରିବା ମାତ୍ରେ ୟୁଜର୍ସ ହ୍ବାଟ୍ସଆପ୍‌ ଓ ଏହାର ବିଭିନ୍ନ ଫିଚର ବ୍ୟବହାର କରିପାରିବେ ।

google assistant, whatsapp call, whatsapp call on google assistant, whatsapp latest news, google assistant latest news, latest technology news, ଗୁଗୁଲ ଆସିଷ୍ଟାଣ୍ଟ, ହ୍ବାଟ୍ସଆପ୍‌ କଲ୍‌, ଗୁଗୁଲ ଆସିଷ୍ଟାଣ୍ଟରେ ହ୍ବାଟ୍ସଆପ୍‌ କଲ୍‌, ହ୍ବାଟ୍ସଆପ୍‌ ଲାଟେଷ୍ଟ ନ୍ୟୁଜ୍‌, ଗୁଗୁଲ ଆସିଷ୍ଟାଣ୍ଟ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଏଣିକି ଗୁଗୁଲ ଆସିଷ୍ଟାଣ୍ଟ ସହ କରନ୍ତୁ ହ୍ବାଟ୍ସଆପ୍‌ ଭଏସ ବା ଭିଡିଓ କଲ୍‌

ହାଇଦ୍ରାବାଦ: ହ୍ବାଟ୍ସଆପ୍‌ରେ ଗୁଗୁଲ ଆସିଷ୍ଟାଣ୍ଟରେ ନୂଆ ଭୂମିକା ନେଇ ରବିବାର ସ୍ପଷ୍ଟ କରିଛି ଗୁଗଲ । ଏହି ନୂଆ ଘୋଷଣା ମୁତାବକ ଏଣିକି ହ୍ବାଟ୍ସଆପ୍‌ରେ ଭଏସ ବା ଭିଡିଓ କଲ କରିବା ପାଇଁ ଆସିଷ୍ଟାଣ୍ଟର ବ୍ୟବହାର କରାଯାଇପାରିବ । ଅର୍ଥାତ୍‌ ଏବେ କେବଳ ଗୁଗୁଲ ଆସିଷ୍ଟାଣ୍ଟ ଉପରେ କ୍ଲିକ କରିବା ମାତ୍ରେ ୟୁଜର୍ସ ହ୍ବାଟ୍ସଆପ୍‌ ଓ ଏହାର ବିଭିନ୍ନ ଫିଚର ବ୍ୟବହାର କରିପାରିବେ ।

ସ୍ମାର୍ଟଫୋନର ହୋମ ସ୍କ୍ରିନରେ ଥିବା ଗୁଗଲ ଆସିଷ୍ଟାଣ୍ଟ ୟୁଜର୍ସଙ୍କୁ ଅନେକ ସୁବିଧା କେବଳ ଗୋଟିଏ କ୍ଲିକରେ ଯୋଗାଇ ଆସୁଥିବା ବେଳେ ଏବେ ଏଥିରେ ଯୋଡି ହୋଇଛି ନୂଆ ସୁବିଧା । ଫଳରେ ହ୍ବାଟ୍ସଆପ୍‌ରୁ ଭଏସ କିମ୍ବା ଭିଡିଏ କଲ କରିବାକୁ ହେଲେ ଆଉ ହ୍ବାଟ୍ସଆପ୍‌କୁ ଯିବାକୁ ପଡିବ ନାହଁ । କେବଳ ଗୁଗଲ ଆସିଷ୍ଟାଣ୍ଟରେ କ୍ଲିକ କରି କମାଣ୍ଡ ଦେବା ସହ ୟୁଜର୍ସ ସିଧାସଳଖ ହ୍ବାଟ୍ସଆପ୍‌ କଲ କରିପାରିବେ ।

ପୂର୍ବରୁ ଗୁଗଲ ଆସିଷ୍ଟାଣ୍ଟା ସାହାଯ୍ୟରେ ନେଟୱାର୍କ କଲ ସମ୍ଭବ ହେଉଥିବା ବେଳେ ଭିଡିଓ କଲ ପାଇଁ ହ୍ୟାଙ୍ଗଆଉଟ କିମ୍ବା ଡୁଓର ବ୍ୟବହାର କରିବାକୁ ପଡୁଥିଲା । ହେଲେ ଏବେ ଯଦି ଆପଣ ନିଜ ଆଣ୍ଡ୍ରଏଡ ଡିଭାଇସରେ ଗୁଗଲ ଆସିଷ୍ଟାଣ୍ଟ ସେଟଅପ କରାଇଥାଆନ୍ତି ତେବେ କେବଳ ‘ଓକେ ଗୁଗଲ’ କିମ୍ବା ‘ହାଏ ଗୁଗଲ’ କହି ୟୁଜର୍ସ ଏହାର ବ୍ୟବହାର କରିପାରିବେ। ଅନ୍ୟ ଉପାୟ ମଧ୍ୟରେ ଆପଣ ଚାହିଁଲେ କିଛି ନିର୍ଦ୍ଦିଷ୍ଟ କି’ର ବ୍ୟବହାର କରି ଆସିଷ୍ଟାଣ୍ଟ ଆକ୍ଟିଭେଟ କରିପାରିବେ । ନଚେତ୍‌ ହୋମ ସ୍କ୍ରିନକୁ ଲଙ୍ଗ ପ୍ରେସ କରିବା ଦ୍ବାରା ମଧ୍ୟ ଆସିଷ୍ଟାଣ୍ଟ କାର୍ଯ୍ୟକାରୀ କରାଯାଇପାରେ ।

ଥରେ ଗୁଗୁଲ ଆସିଷ୍ଟାଣ୍ଟ ଖୋଲିବା ମାତ୍ରେ ‘ମେକ ଏ ହ୍ବାଟ୍ସଆପ୍‌ କଲ୍‌ ଟୁ (କଣ୍ଟାକ୍ଟ ନାମ)’ କିମ୍ବା ‘କଲ୍‌(କଣ୍ଟାକ୍ଟ ନାମ) ଅନ ହ୍ବାଟ୍ସଆପ୍‌’ର କମାଣ୍ଡ ଦେଇ ୟୁଜର୍ସ ହ୍ବାଟ୍ସାଆପ୍‌ କଲ୍‌ କରିପାରିବେ । ସେହିପରି ଭିଡିଓ କଲ୍‌ ପାଇଁ ‘ମେକ୍‌ ଏ ହ୍ବାଟ୍ସାଆପ୍‌ ଭିଡିଓ କଲ୍‌ ଟୁ(କଣ୍ଟାକ୍ଟ ନାମ)’ କମାଣ୍ଡ ଦେଇପାରିବେ । ଏହି ପ୍ରକ୍ରିୟା ଫାଷ୍ଟ କରିବାକୁ ହେଲେ ବାରମ୍ବାର ବ୍ୟବହୃତ କଣ୍ଟାକ୍ଟର ଏକ ଛୋଟ ନାମ ରଖିବାକୁ ହେବ ।

@IANS

ABOUT THE AUTHOR

...view details