ଓଡିଶା

odisha

ETV Bharat / bharat

ରାଜକୋଟରେ କୋଟା ସ୍ଥିତି, ଆଖି ବୁଜିଲେ 111 ନବଜାତ - ଆଖି ବୁଜିଲେ 111 ନବଜାତ

ଶିଶୁଙ୍କ ଉପରେ ଭାରି ପଡିଛି ଡିସେମ୍ବର । ଗୋଟିଏ ପରେ ଗୋଟିଏ ସ୍ଥାନରେ ଆଖି ବୁଜିଲେଣି ଶତାଧିକ ଶିଶୁ । ପ୍ରଥମେ ରାଜସ୍ଥାନରେ ଶିଶୁ ମୃତ୍ୟୁ ସଂଖ୍ୟା 100ପାର କରିଥିବାବେଳେ, ରାଜକୋଟରେ ଜୀବନ ହାରିଲେଣି 111 ନବଜାତ । ସେପଟେ, ଅହମ୍ମଦାବାଦରେ ମୃତ୍ୟୁ ସଂଖ୍ୟା 100 ଛୁଇଁପାରେ । ଅଧିକ ପଢନ୍ତୁ...

death toll 111in rajkot
ରାଜକୋଟରେ କୋଟା ସ୍ଥିତି, ଆଖି ବୁଜିଲେ 111 ନବଜାତ

By

Published : Jan 5, 2020, 1:09 PM IST

ଗାନ୍ଧୀନଗର: ରାଜକୋଟରେ ଉପୁଜିଲାଣି କୋଟା ସ୍ଥିତି । ଗଲାଣି 111 ଶିଶୁଙ୍କ ଜୀବନ । ଯେଉଁଥିରେ ରହିଛି ଅଧିକାଂଶ ନବଜାତ ସଂଖ୍ୟା । ତେବେ ଏହି 111ଜଣ ଶିଶୁଙ୍କ ମଧ୍ୟରୁ 96ଜଣ ଶିଶୁ ଅପରିପକ୍ବ ଓ କମ ଓଜନ ଥିବା ଜଣାପଡିଛି । ଗୁଜରାଟ ରାଜକୋଟାର ଏକ ସରକାରୀ ହସ୍ପିଟାଲ ସିଭିଲରେ ଏବେ ବୃଦ୍ଧି ପାଉଛି ଶିଶୁ ମୃତ୍ୟୁ ସଂଖ୍ୟା । ରାଜସ୍ଥାନ କୋଟାରେ ଶିଶୁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନଥିବାବେଳେ, ସେହି ସମାନ ସ୍ଥିତି ଏବେ ରାଜକୋଟରେ ଦେଖାଦେଇଛି ।

ମୃତ୍ୟୁର କାରଣ କୁପୋଷଣ, ଜନ୍ମରୁ ରୋଗୀ, ସମୟ ପୂର୍ବରୁ ଜନ୍ମିତ ଶିଶୁ ଓ କୁପୋଷଣ ବୋଲି କୁହାଯାଉଛି । ତେବେ ପ୍ରାଥମିକ ଯାଞ୍ଚ ପର୍ଯ୍ୟାୟରେ ଜଣାପଡିଛି, ହସ୍ପିଟାଲରେ ଥିବା ଏନଆଇସିୟୁର ଠିକ ଭାବେ ପରିଚାଳନା କରୁନାହିଁ । ଗତ ଡିସେମ୍ବରରେ 386 ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ, 111 ଜଣଙ୍କର ମୃ୍ତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ରାଜସ୍ଥାନ କୋଟା ପାଇଁ ଗତ ଡିସେମ୍ବର ଓ ଚଳିତ ମାସ ଯେମିତି ଅଭିଶପ୍ତ ପାଲଟିଛି । ଗୋଟିଏ ପରେ ଗୋଟିଏ ମାଆ କୋଳ ଖାଲି ହେବାରେ ଲାଗିଛି । ମୃତ୍ୟୁର ସଠିକ କାରଣ ଜଣାପଡୁନଥିବାବେଳେ, ବର୍ତ୍ତମାନ ସୁଦ୍ଧା 112ଜଣ ଶିଶୁଙ୍କ ଜୀବନ ଗଲାଣି । ଘଟଣାର ଯାଞ୍ଚ କରିବା ନେଇ ପ୍ରଶାସନ ପକ୍ଷରୁ ଏକ ପ୍ୟାନେଲ ନିଯୁକ୍ତ କରିଥିଲେ । ଯେଉଁଥିରେ ଏହି ବିଶେଷଜ୍ଞ ଟିମ ମୃତ୍ୟୁର କାରଣ ହାଇପୋଥାର୍ମିୟା( ଶରୀରରେ ତାପମାତ୍ରା ଅସନ୍ତୁଳ ହୋଇଯିବା) ଦର୍ଶାଇଥିଲେ । ଏହା ସହ ସରକାରୀ ହସ୍ପିଟାଲର ଭିତ୍ତିଭୂମିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଅନ୍ୟପଟେ, କୁପୋଷଣ କାରଣରୁ ଅହମ୍ମଦାବାଦରେ 85ଜଣ ଶିଶୁଙ୍କ ଜୀବନ ଗଲାଣି ।

ABOUT THE AUTHOR

...view details