ଓଡିଶା

odisha

ETV Bharat / bharat

ଓଲା ଓ ଉବର ଭଳି ବୁକ୍ ହେବ ସରକାରୀ ଆମ୍ବୁଲାନ୍ସ - uber

ଓଲା ଓ ଉବର ଆପ୍ ଆଧାରିତ କ୍ୟାବ୍ ସର୍ଭିସ୍ ଭଳି କାମ କରିବ ନୋଏଡାର ସରକାରୀ ଆମ୍ବୁଲାନ୍ସ । ସାଧାରଣ ଲୋକଙ୍କୁ ଆମ୍ବୁଲାସ୍ସ ସେବାକୁ ସୁବିଧା କରିବା ପାଇଁ ନିକଟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଫାଇଲ ଫଟୋ

By

Published : Jul 15, 2019, 1:31 AM IST

ନୂଆଦିଲ୍ଲୀ: ଏଣିକି ଓଲା ଓ ଉବର ଆପ୍ ଆଧାରିତ କ୍ୟାବ୍ ସର୍ଭିସ୍ ଭଳି କାମ କରିବ ନୋଏଡାର ସରକାରୀ ଆମ୍ବୁଲାନ୍ସ । ଆବଶ୍ୟକ ପଡିଲେ ଯଦି କେହି 102 ଏବଂ 108 ଆମ୍ବୁଲାନ୍ସରେ କଲ କରିବ, ତା'ପାଖକୁ ଏକ ମେସେଜ୍ ଆସିବ । ଯେଉଁଥିରେ ଆମ୍ବୁଲାନ୍ସ ନମ୍ବର, ଡ୍ରାଇଭରର ନାମ ଏବଂ ମୋବାଇଲ ନମ୍ବର ଥିବ । ଯଦ୍ବାରା ଆପଣ ଡ୍ରାଇଭର ସହ କଥା ହୋଇ ତା' ଲୋକେସନ ସମ୍ପର୍କରେ ଜାଣିପାରିବେ । ଡ୍ରାଇଭର ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ଲୋକେସନ ଦେଖିପାରିବେ । ଏମିତିରେ ଆମ୍ବୁଲାନ୍ସ ମାତ୍ର 13 ମିନିଟ୍ ମଧ୍ୟରେ ଆପଣଙ୍କ ନିକଟରେ ପହଞ୍ଚିଯିବ ବୋଲି ଦାବି କରାଯାଇଛି ।

ଆମ୍ବୁଲାନ୍ସ ପ୍ରୋଗ୍ରାମ ଅଫିସର ମହମ୍ମଦ ଅସରଫଙ୍କ କହିବାନୁଯାୟୀ, ସବୁ ବାହନରେ ବାୟୋମେଟ୍ରିକ୍ ଡିଭାଇସ ଲଗାଯାଇଛି । ଏହାଦ୍ବାରା କେଉଁ ଡ୍ରାଇଭର କେଉଁ ଆମ୍ବୁଲାନ୍ସରେ ରହିଛି ତାହା ସହଜରେ ଜଣାପଡିଯିବ । ଏଥିପାଇଁ ଏମାନଙ୍କୁ ସ୍ମାର୍ଟଫୋନ୍ ମଧ୍ୟ ଦିଆଯିବ । ଏହି ଫୋନରେ ଥିବା ସପ୍ଟୱେୟାର ମାଧ୍ୟମରେ ଆମ୍ବୁଲାନ୍ସ ଡ୍ରାଇଭରକୁ ରୋଗୀଙ୍କୁ କେଉଁଠାରୁ ଆଣିବ ପଡିବ ସେ ନେଇ ମେସେଜ୍ ଆସିବ । ଯେଉଁଥିରୁ ରୋଗୀଙ୍କ ଲୋକେସନ ଏବଂ ଫୋନ ନମ୍ବର ମିଳିଯିବ ।

ତେବେ ଆମ୍ବଲାନ୍ସ ପାଇଁ କଲ କରିବା ଥିବା ବ୍ୟକ୍ତି ଜଣକ ମଧ୍ୟ ଅନଲାଇନ ମାଧ୍ୟମରେ ଚେକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ନିକଟକୁ ଏକ ମେସେଜ୍ ଏବଂ ଲିଙ୍କ୍ ଆସିବ । ସୂଚନାଯୋଗ୍ୟ, ସାଧାରଣ ଲୋକଙ୍କୁ ଆମ୍ବୁଲାସ୍ସ ସେବାକୁ ସୁବିଧା କରିବା ପାଇଁ ନିକଟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

For All Latest Updates

ABOUT THE AUTHOR

...view details