ହାଇଦ୍ରବାଦ: ଏବେ ନୂଆ ପାନକାର୍ଡ ଆଉ 2 ଫର୍ଦ୍ଦର ଫର୍ମ ପୂରଣର ଆବଶ୍ୟକତା ନାହିଁ । ଏବେ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି । ବାସ କିଛି ସମୟର ଅପେକ୍ଷା ପରେ ଆପଣଙ୍କ ପାଖରେ ପହଞ୍ଚିଯିବ ଆପଣଙ୍କ ପାନକାର୍ଡ । କରଦାତାଙ୍କ ପାଇଁ ଆୟକର ବିଭାଗ ଆଣିଛି ନୂଆ ସୁବିଧା । ଯାହା ଦ୍ବାରା କାହାକୁ ବି ଆଧାରକାର୍ଡ ସହିତ ଅନଲାଇନରେ ତତ୍କାଳ ପାନକାର୍ଡ ପ୍ରାପ୍ତ କରିବାର ଅନୁମତି ମିଳିବ । ଏହି ତତ୍କାଳ ପାନକାର୍ଡର ଆଉ ଏକ ଲାଭ ରହିଛି । ଯାହାକି ସମ୍ପୂର୍ଣ୍ଣ ମାଗଣାରେ ଏହି ପାନକାର୍ଡ ଉପଲବ୍ଧ ହେବ ।
ତତ୍କାଳ ପାନକାର୍ଡର ସୁବିଧା
ତତ୍କାଳ ପାନକାର୍ଡ ପାଇବା ପାଇଁ ଆପଣଙ୍କୁ ନିଜର ଆଧାର ନମ୍ବର ଦେବାକୁ ପଡିବ । ଯାହାପରେ ଇ-କେଓ୍ବାଇସି ପ୍ରକ୍ରିୟା ପୁରା କରିବା ପାଇଁ ଲିଙ୍କ୍ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । କେଓ୍ବାଇସି ପୁରା ହୋଇଯିବା ପରେ ତତ୍କ୍ଷଣାତ ପିଡିଏଫ ଆକାରରେ ପାନ ନମ୍ବର ଆବେଦନକର୍ତ୍ତାଙ୍କୁ ଜାରି ହୋଇଯିବ ।
ଅନଲାଇନରେ କିପରି ଆବେଦନ କରିବେ ଇ-ପାନକାର୍ଡ
- ଆୟକର ବିଭାଗର ଇ-ଫାଇଲିଙ୍ଗ୍ ପୋର୍ଟାଲକୁ ଯାଆନ୍ତୁ । ପୋର୍ଟାଲର ବାମପାର୍ଶ୍ବରେ ଥିବା ତତ୍କାଳ ଲିଙ୍କ୍କୁ ତଳେ ଥିବା ଆଧାର ଦ୍ବାରା ତତ୍କାଳ ପାନର ଲିଙ୍କ୍କୁ କ୍ଲିକ କରିବାକୁ ପଡିବ ।
- ନୂଆ ପେଜ୍ରେ ନୂତନ 'ପାନ ପାଆନ୍ତୁ' ଉପରେ କ୍ଲିକ କରନ୍ତୁ ।
- ନୂଆ ପାନକାର୍ଡ ପାଇଁ ନିଜର ଆଧାର ନମ୍ବର ଦିଅନ୍ତୁ । ସଙ୍ଗେସଙ୍ଗେ ଆପଣଙ୍କ ଆଧାର ଲିଙ୍କ୍ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ ।
- ଓଟିପି ସହ ଆଧାର କାର୍ଡର ସବିଶେଷ ବିବରଣୀ ଦିଅନ୍ତୁ । ଏହାପରେ ନୂଆ ପାନକାର୍ଡ ପାଇଁ ଇମେଲ ଆଇଡର ଏକ ବିକଳ୍ପ ଆସିବ ।
- ଏହି ଆଧାର ନମ୍ବରରେ ଇ-କେଓ୍ବାଇସି ଦିଅନ୍ତୁ । ଏହାପରେ ତତ୍କାଳ ଇ-ପାନକାର୍ଡ ମଉଳିଯିବ ।
- ଚେକ୍ ଷ୍ଟାଟସରେ ପାନକାର୍ଡକୁ ପିଡିଏଫ ଫର୍ମାଟରେ ଡାଉନଲୋଡ କରିପାରିବେ ।