ହାଇଦ୍ରାବାଦ: କବିତା ବା ଶାୟରୀ ପ୍ରେମୀଙ୍କ ପାଇଁ ଆମାଜମ ଆଲେକ୍ସା ଆଣିଛି ନୂଆ ସୁଯୋଗ । ଶୁକ୍ରବାର ରେଖତା ଫାଉଣ୍ଡେସନ ନିଜର ଆମାଜନ ଆଲେକ୍ସା ସ୍କିଲ ଲଞ୍ଚ କରିଥିବା ବେଳେ ଏଥିରେ ରହିଛି ଉର୍ଦ୍ଦୁ ଶାୟରୀ ବା କବିତା ଶୁଣିପାରିବାର ସୁଯୋଗ । ୟୁଜର୍ସମାନେ ନିଜ ମନ ପସନ୍ଦର ଥିମ ଯଥା ପ୍ରେମ, ଦୁଃଖ କିମ୍ବା ହ୍ୟୁମର ସମ୍ବନ୍ଧୀୟ ଶାୟରୀ ବା କବିତା ଏହି ନୂଆ ସ୍କିଲ ସାହାଯ୍ୟ ଶୁଣିବାର ସୁଯୋଗ ପାଇପାରିବେ ।
ଏହି ନୂଆ ସ୍କିଲ ଦ୍ବାରା ୟୁଜର୍ସ ନିଜ ମନ ପସନ୍ଦର କବିଙ୍କ କବିତା ଓ ଶାୟରୀକୁ ଆମାଜନ ଇକୋ ରେଞ୍ଜ ବା ଆଲେକ୍ସା ଏନେବୁଲ ଡିଭାଇସରେ ଶୁଣିପାରିବେ । ପ୍ରାୟ 50 ପ୍ରସିଦ୍ଧ କବିଙ୍କ 1000ରୁ ଉର୍ଦ୍ଧ୍ବ ଶାୟରୀ ଶୁଣିବା ପାଇଁ ୟୁଜର୍ସଙ୍କୁ ଆଲେକ୍ସାରେ ନିଜ ପସନ୍ଦର କବି ଓ ଶାୟରୀରେ ଥିମ କହିବାକୁ ହେବ । ଏହାପରେ ଅନ୍ୟ ଗୀତ ପରି ଆଲେକ୍ସା ପ୍ଲେ କରିବ ଆପଣ ପସନ୍ଦର ଶାୟରୀ ଓ କବିତା । ଏନେଇ ରେଖତା ଫାଉଣ୍ଡେସନ ପ୍ରତିଷ୍ଠାତା ସଞ୍ଜୀବ ଶରାଫଙ୍କ କହିବା ମୁତାବକ ବର୍ତ୍ତମାନ ସମୟରେ କବି ଓ କବିତାର ଚାହିଦା ବଢି ଚାଲିଥିବା ବେଳେ ଆଲେକ୍ସା ଦ୍ବାରା ଲୋକେ ଘରେ ବସି ଅନ୍ୟ ସାଧାରଣ ଗୀତ ପରି ଶାୟରୀ ମଧ୍ୟ ଶୁଣିପାରିବାର ସୁଯୋଗ ସୃଷ୍ଟି ହୋଇଛି ।