ଓଡିଶା

odisha

ETV Bharat / bharat

ମନ୍ଦିରକୁ ନେଇ ମହାଅଘାଡିରେ ଟଣାଓଟରା - ମନ୍ଦିର ପାଇଁ ମହାରାଷ୍ଟ୍ର ସରକାରରେ ବିବାଦ

ମହାରାଷ୍ଟ୍ରରେ ଅବସ୍ଥିତ ଦୁଇ ପ୍ରସିଦ୍ଧ ମନ୍ଦିର ସିଦ୍ଧିବିନାୟକ ଓ ସିରିଡି ସାଇକୁ ନେଇ ରାଜ୍ୟରେ କ୍ଷମତାସୀନ ଥିବା ମହାଅଘାଡି ସରକାରରେ ଟଣାଓଟରା ପରିସ୍ଥିତି ଉପୁଜିଛି। ଶିବସେନା ସିଦ୍ଧି ବିନାୟକ ନିଜ ପାଖରେ ରଖିବାକୁ ଚାହୁଁଥିବା ବେଳେ କଂଗ୍ରେସ ସିରିଡିକୁ ନେବାକୁ ଚାହୁଁଛି। ଅଧିକ ପଢନ୍ତୁ...

maharastra
ମନ୍ଦିରକୁ ନେଇ ମହାଅଘାଡିରେ ଟଣାଓଟରା

By

Published : Jan 3, 2020, 10:42 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ମନ୍ତ୍ରୀ ପଦକୁ ନେଇ ଚାଲିଥିବା ଟଣା ଓଟରାର ପୂର୍ଣ୍ଣଛେଦ ନପଡୁଣୁ ଏବେ ରାଜ୍ୟର ଦୁଇଟି ବଡ ମନ୍ଦିରର ପରିଚାଳନାକୁ ନେଇ ପୁଣି ଲଢେଇ ଆରମ୍ଭ ହୋଇଯାଇଛି। ଏହି ଦୁଇ ମନ୍ଦିର ହେଉଛି ମୁମ୍ବାଇର ସିଦ୍ଧିବିନାୟକ ଓ ସିରିଡିର ସାଇ ମନ୍ଦିର।

କେବଳ ମହାରାଷ୍ଟ୍ର ନୁହେଁ ବରଂ ଦେଶରେ ମଧ୍ୟ ସବୁଠାରୁ ଅଧିକ ଦାନ ପାଉଥିବା ମନ୍ଦିର ମଧ୍ୟରେ ଏହାର ସ୍ଥାନ ରହିଛି। ଦେଶ ବିଦେଶରେ ଅନେକ ସେଲିବ୍ରିଟି ଏବଂ ରାଜନେତା ଏହି ମନ୍ଦିରକୁ ଆସିଥାନ୍ତି। ଏହି ମନ୍ଦିର ପରିଚାଳନା କରୁଥିବା ବୋର୍ଡର ଅଧ୍ୟକ୍ଷ ନିଯୁକ୍ତି ଅଧିକାର ରାଜ୍ୟ ସରକାରଙ୍କ ହାତରେ ରହିଥାଏ। ମନ୍ଦିର ଅଧ୍ୟକ୍ଷଙ୍କ ସ୍ଥିତି ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀଙ୍କ ଠାରୁ କମ ହୋଇନଥାଏ। ଏଥିପାଇଁ ମହାଅଘାଡି ସରକାରରେ ଏବେ ଏହି ଦୁଇଟି ମନ୍ଦିରକୁ ନେଇ ଲଢେଇ ଚାଲିଛି।


ପୂର୍ବରୁ 1995-99 ଓ 2014-199 ମହାରାଷ୍ଟ୍ରରେ ଶିବସେନା-ବିଜେପି ସରକାର କ୍ଷମତାସୀନ ଥିବା ସମୟରେ ସିରିଡି ବିଜେପି ପାଖରେ ଓ ସିଦ୍ଧିବିନାୟକ ଶିବସେନା ପାଖରେ ରହୁଥିଲା। ଯେତେବେଳ ପର୍ଯ୍ୟନ୍ତ ଉଭୟ ଦଳ ମେଣ୍ଟ ସହଯୋଗୀ ଥିଲେ , ସେତେବେଳ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ମନ୍ଦିର ଦ୍ବୟର ପରିଚାଳନା ଭାର ଭାଗବଣ୍ଟା କରିବା ସହଜ ଥିଲା। ଏବେ ମହାରାଷ୍ଟ୍ରରେ କ୍ଷମତାସୀନ 3 ଦଳର ସରକାରରେ ଭାଗବଣ୍ଟାକୁ ନେଇ ଦ୍ବନ୍ଦ ଉପୁଯିବା ସ୍ବାଭାବିକ। ଶିବସେନା ସିଦ୍ଧି ବିନାୟକ ନିଜ ପାଖରେ ରଖିବାକୁ ଚାହୁଁଛି। ସେହିପରି କଂଗ୍ରେସ ସିରିଡିକୁ ନେବାକୁ ଚାହୁଁଛି। ଅନ୍ୟପକ୍ଷେ ଏହି ମନ୍ଦିର ଦ୍ବୟ ମଧ୍ୟରୁ କୌଣସି ଗୋଟିଏର ପରିଚାଳନା ଦାୟିତ୍ବ ଦାବି କରୁଛି ଏନସିପି।

ABOUT THE AUTHOR

...view details