ଓଡିଶା

odisha

By

Published : Jul 22, 2020, 2:46 PM IST

ETV Bharat / bharat

ବ୍ରିଜେଶ ଠାକୁର ମାମଲାରେ ସିବିଆଇକୁ ନୋଟିସ ଜାରି

ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଆଶ୍ରୟ ଗୃହ ମାମଲର ମୁଖ୍ୟ ଅଭିଯୁକ୍ତ ବ୍ରିଜେଶ ଠାକୁର ନିଜର ଆଜୀବନ କାରାଦଣ୍ଡାଦେଶ ବିରୋଧରେ ଆବେଦନ କରିଥିଲେ । ଏହି ମାମଲାରେ କୋର୍ଟ ସିବିଆଇକୁ ନୋଟିସ ଜାରି କରିଛନ୍ତି ।

 ଦିଲ୍ଲୀ ହାଇକୋର୍ଟ
ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଆଶ୍ରୟ ଗୃହ ମାମଲର ମୁଖ୍ୟ ଅଭିଯୁକ୍ତ ବ୍ରିଜେଶ ଠାକୁର ନିଜର ଆଜୀବନ କାରାଦଣ୍ଡାଦେଶ ବିରୋଧରେ ଆବେଦନ କରିଥିଲେ । ଯାହାର ଶୁଣାଣି ବୁଧବାର ଦିଲ୍ଲୀ ହାଇକୋର୍ଟରେ ହୋଇଛି । ଏହି ମାମଲାରେ କୋର୍ଟ ସିବିଆଇକୁ ନୋଟିସ ଜାରି କରିଛନ୍ତି । ଜଷ୍ଟିସ ବିପିନ ସାଂଘୀ ଏବଂ ଜଷ୍ଟିସ ରଜନୀଶ ଭଟନାଗରଙ୍କ ଖଣ୍ଡପୀଠ ସିବିଆଇକୁ ଅଗଷ୍ଟ 25 ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାରେ ଦିଲ୍ଲୀର ସାକେତ କୋର୍ଟ ବ୍ରିଜେଶ ଠାକୁରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା । ସାକେତ କୋର୍ଟ ବ୍ରିଜେଶ ଠାକୁରକୁ 32 ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଥିଲେ । ଗତ ଫେବୃଆରୀ 11 ତାରିଖରେ ସାକେତ କୋର୍ଟର ଆଡିଶନାଲ ସେସନ ଜର୍ଜ ସୌରଭ କୁଳଶ୍ରେଷ୍ଠ ଏହି ଦଣ୍ଡାଦେଶ ଶୁଣାଇଥିଲେ । କୋର୍ଟ ଏହି ମାମଲାରେ 3 ମହିଳାଙ୍କ ସମେତ 11 ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।

ତେବେ ଏହି ମାମଲାର ଶୁଣାଣି ପ୍ରଥମେ ବିହାର କୋର୍ଟରେ ଚାଲିଥିଲା । ଗତବର୍ଷ ଫେବୃଆରୀ 7 ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବିହାର କୋର୍ଟରୁ ଦିଲ୍ଲୀର ସାକେତ କୋର୍ଟକୁ ସ୍ଥାନାନ୍ତରଣ କରିଥିଲେ । ଏଥିସହ ମାମଲାର ଶୁଣାଣି 6 ମାସ ମଧ୍ୟରେ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ABOUT THE AUTHOR

...view details