ଓଡିଶା

odisha

ETV Bharat / bharat

‘କେନ୍ଦ୍ର ନୁହେଁ, କେବଳ କଂଗ୍ରେସ ଶାସିତ ରାଜ୍ୟ ଲଢୁଛି ଲଢେଇ’ - କୋରୋନା ସଙ୍କଟ

ମହାମାରୀର ମହାଲଢେଇ ଆଗରେ ଭାରି ପଡୁଛି ରାଜନୀତି ବୟାନବାଜିର ଯୁଦ୍ଧ । କୋରୋନା ବିରୋଧରେ କେନ୍ଦ୍ର ନୁହେଁ ରାଜ୍ୟ

କେନ୍ଦ୍ର ନୁହେଁ, କେବଳ କଂଗ୍ରେସ ଶାସିତ ରାଜ୍ୟ ଲଢୁଛି ଲଢେଇ!
କେନ୍ଦ୍ର ନୁହେଁ, କେବଳ କଂଗ୍ରେସ ଶାସିତ ରାଜ୍ୟ ଲଢୁଛି ଲଢେଇ!

By

Published : May 24, 2020, 12:35 PM IST

ହାଇଦ୍ରାବାଦ: ସାରା ଦେଶ ଏବେ କୋରୋନା ସଙ୍କଟ ଦେଇ ଗତି କରୁଛି । ସଂକ୍ରମଣ ରୋକିବାକୁ ଜାରି ରହିଛି ତାଲା ବନ୍ଦ । ହେଲେ ଏପରି ଘଡିସନ୍ଧି ମୁହୂର୍ତ୍ତରେ ନେତାଙ୍କ ବୟାନବାଜି ଓ ଆରୋପ ପ୍ରତ୍ୟାରୋପ ଉପରେ ଲାଗିପାରିନି ତାଲା । ମହାମାରୀ ବିରୋଧରେ ସାରା ଦେଶ ଏକ ପ୍ରକାର ଯୁଦ୍ଧ ଲଢୁଛି । ହେଲେ ଏପରି ସ୍ଥିତିରେ ଏ ଲଢେଇକୁ ତୋର ଆଉ ମୋରରେ ସୀମିତ କରିଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୋରୋନା ବିରୋଧରେ କେନ୍ଦ୍ର ସରକାର ନୁହେଁ ବରଂ ରାଜ୍ୟ ସରକାର ହିଁ ଲଢେଇ ଲଢୁଥିବା କହିଛନ୍ତି ରାହୁଲ । ଆଉ ସେ ପୁଣି କେବଳ କଂଗ୍ରେସ ଶାସିତ ରାଜ୍ୟ ହିଁ କୋରୋନା ବିରୋଧରେ ଲଢେଇ ଲଢୁଥିବା ସେ କହିଛନ୍ତି ।

ଶୁକ୍ରବାର ହୋଇଥିବା 22ଟି ବିପକ୍ଷ ଦଳଙ୍କୁ ନେଇ ହୋଇଥିବା ବୈଠକର ଭିଡିଓ କଂଗ୍ରେସ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏହି ଭିଡିଓରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲଗାନ୍ଧୀ କହିଛନ୍ତି ଯେ କୋରୋନା ବିରୋଧରେ ଲଢେଇ ରାଜ୍ୟ ଓ ଜିଲ୍ଲା ସ୍ତରରେ ଲଢାଯାଉଛି । ଜାତୀୟ ସ୍ତରରେ ସହୟାତା ଦିଆଯାଇପାରିବ । ହେଲେ କେନ୍ଦ୍ର ବଦଳରେ ରାଜ୍ୟ ଯୁଦ୍ଧ ଲଢୁଛି । ଏହି ଦେଶରେ 30ଟି ରାଜ୍ୟ 7ଟି କେନ୍ଦ୍ରଶାସିତ ପ୍ରଦେଶ ଥିବା ବେଳେ ରାହୁଲ କେବଳ କଂଗ୍ରେଶ ଶାସିତ ରାଜ୍ୟ ଗୁଡିକର ନାଁ ନେଇଛନ୍ତି । ଏହି ଲଢେଇକୁ ଜିତିବା ପାଇଁ କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ସମ୍ବାଦ ହେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ସରକାର ଲକ୍ଷ ଲକ୍ଷ କୋଟି ଟଙ୍କାର ପ୍ୟାକେଜରେ ଋଣ ଦେବାର କଥା କହୁଛି । ହେଲେ ବର୍ତ୍ତମାନ ସ୍ଥିତିରେ ଋଣ ନୁହେଁ ସିଧା ନଗଦ ଦେବାର ଆବଶ୍ୟକତା ରହିଛି । ଯଦି ସରକାର ଏହାକୁ ନମାନନ୍ତି, ତାହାଲେ ଦେଶକୁ ବୃହତ ଆର୍ଥିକ ସଙ୍କଟର ସମ୍ନା କରିବାକୁ ପଡିବ । ଅନ୍ୟପକ୍ଷେ ସଂକ୍ରମଣ ରୋକିବାକୁ ଦେଶରେ ଲାଗୁ ହୋଇଥିବା ଲକଡାଉନ ବିଫଳ ହୋଇଛି ବୋଲି ରାହୁଲ ପ୍ରତିକ୍ରିୟା ଦେଇଛନ୍ତି ।

ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ବାରମ୍ବାର ରାହୁଲଙ୍କ ବୟାନକୁ ଭିତ୍ତିହିନ ବୋଲି କୁହାଯାଇଆସୁଛି । ଆର୍ଥିକ ସଙ୍କଟର ମୁକାବିଲା ପାଇଁ ସରକାର ଅନେକ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ସିଧା ଟଙ୍କା ପଠାଇଛନ୍ତି । ଆତ୍ମନିର୍ଭର ଭାରତ ପ୍ୟାକେଜର ପ୍ରଥମ ରାଉଣ୍ଡରେ ସରକାରଙ୍କ ପକ୍ଷରୁ 94,550 କୋଟି ଟଙ୍କାର ଆବଣ୍ଟନ କରାଯାଇଥିବା ବେଳେ ଦ୍ବିତୀୟ ରାଉଣ୍ଡରେ କୃଷି , ଗୃହ, ଗ୍ରାମୀଣ କ୍ଷେତ୍ର ପାଇଁ 3,10,000 କୋଟି, ତୃତୀୟ ରାଉଣ୍ଡରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ପୁନର୍ଜୀବିତ ପାଇଁ ବିଭିନ୍ନ ଯଏାଜନା ମାଧ୍ୟମରେ 1,50,000 କୋଟି, ଚତୁର୍ଥ ଓ ପଞ୍ଚମ ରାଉଣ୍ଡରେ କୋଇଲାଠାରୁ ବିମାନ ସେବା ଓ ସ୍ବାସ୍ଥ୍ୟ, ଶିକ୍ଷା ଠାରୁ ବ୍ୟବସାୟୀଙ୍କ ପାଇଁ 48,100 କୋଟି ଟଙ୍କାର ବ୍ୟୟବରାଦ କରାଯିଥିଲା । ଏସବୁ ସତ୍ତ୍ବେ ରାହୁଲ ଏହି ମହାମାରୀ ବିରୋଧରେ ଚାଲିଥିବା ମହା ଲଢେଇକୁ କେବଳ କେନ୍ଦ୍ର-ରାଜ୍ୟ, ବିଜେପି-କଂଗ୍ରେସ ମଧ୍ୟରେ ସୀମିତ ରଖିଦେଇଥିବା ପରି ଲାଗୁଛି ।

ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ରାହୁଲଙ୍କୁ ଟାର୍ଗେଟ କରିବା ସହ ସେ ଡ୍ରାମାବାଜି କରୁଛନ୍ତି ବୋଲି କହିଥିଲେ । କଂଗ୍ରେସ ଶାସିତ ରାଜ୍ୟଗୁଡିକ କଣ ପାଇଁ ସରକାରଙ୍କୁ ଯୋଗାଯୋଗ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ନିର୍ମଳା । କେବଳ ସରକାର ନୁହେଁ ବିପକ୍ଷଦଳ ବହୁଜନ ସମାଜାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ମଧ୍ୟ ରାହୁଲ ପ୍ରବାସୀଙ୍କ ସହ କଥା ହେବାର ଭିଡିଓକୁ ନାଟକ ବୋଲି କହିଛନ୍ତି ।

ABOUT THE AUTHOR

...view details