ନୂଆଦିଲ୍ଲୀ: ଜାତି, ଧର୍ମରେ ନୁହେଁ ଆର୍ଥିକ ଆଧାରରେ ନିର୍ଦ୍ଧାରିତ ହେବ ସଂରକ୍ଷଣ ନୀତି । ବାରମ୍ବାର ଜାତିଗତ ଓ ଧର୍ମକୁ ନେଇ ଆର୍ଥିକ ଦୁର୍ବଳ ବର୍ଗ ସମସ୍ତ ସୁବିଧାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ଯାହାକୁ ନେଇ ଏବେ ଦାବି କରିଛନ୍ତି କେରଳ ହାଇକୋର୍ଟର ବିଚାରପତି ଭି ଚିତ୍ ଚାନ୍ଦ । ସାଧାରଣ ଜନତାଙ୍କୁ ଏନେଇ ଏକ ଆନ୍ଦୋଳନ କରିବା ଉଚିତ୍ ବୋଲି ସେ କହିଛନ୍ତି ।
'ଜାତି, ଧର୍ମରେ ନୁହେଁ ଆର୍ଥିକ ଆଧାରରେ ନିର୍ଦ୍ଧାରିତ ହେଉ ସଂରକ୍ଷଣ ନୀତି ' - ନିରାମିଷାଶୀ
''ପୂର୍ବଜନ୍ମର ସୁକର୍ମ ପାଇଁ ବ୍ରାହ୍ମଣର ଜନ୍ମ 2 ଥର ହୋଇଥାଏ । ବ୍ରାହ୍ମଣଙ୍କର କିଛି ବିଶେଷତ୍ୱ ଏବଂ ସ୍ୱଚ୍ଛ ଚିନ୍ତାଧାରା ରହିଛି । ଏମାନେ ନିରାମିଷାଶୀ ହେବା ଦକ୍ଷିଣ ଭାରତୀୟ ଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି। "
ଫାଇଲ ଫଟୋ
ତେବେ ବିଚାରପତି ଜଣକ ବ୍ରାହ୍ମଣ ସମାଜର ପ୍ରବଳ ତାରିଫ କରିଛନ୍ତି । ପୂର୍ବଜନ୍ମର ସୁକର୍ମ ପାଇଁ ବ୍ରାହ୍ମଣର ଜନ୍ମ 2 ଥର ହୋଇଥାଏ । ବ୍ରାହ୍ମଣଙ୍କର କିଛି ବିଶେଷତ୍ୱ, ସ୍ବଚ୍ଛ ଚିନ୍ତାଧାରା ରହିଛି ବୋଲି ଚିତ୍ରଙ୍ଗେସ ତାମିଲ ବ୍ରାହ୍ମଣ ବୈଠକରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଆପଣ ମାନେ ବିଚାର କରନ୍ତୁ ସଂରକ୍ଷଣ ଜାତି, ଧର୍ମ ଆଧାରରେ ହେବା ଉଚିତ୍ କି ଆର୍ଥିକ ମାନଦଣ୍ଡରେ ସ୍ଥିର ହେବା ଦରକାର । ଏହି ବୈଠକରେ ମୁଁ କେବଳ ଆପଣଙ୍କୁ ନିଜର ହକ୍ ପାଇବା ପାଇଁ ଲଢିବା ଶିଖାଉଛି । ପୂର୍ବରୁ ଆର୍ଥିକ ସ୍ତରରେ ଅନଗ୍ରସର ଲୋକଙ୍କୁ 10 ପ୍ରତିଶତ ସଂରକ୍ଷଣ ଦିଆଯାଉଛି ।