ଓଡିଶା

odisha

ETV Bharat / bharat

2024 ଶେଷ ସୁଦ୍ଧା ସମସ୍ତ ନିକଟରେ ପହଞ୍ଚିନପାରେ କୋଭିଡ ଟିକା: ସିରମ ସିଇଓ - ସମସ୍ତ ନିକଟରେ ପହଞ୍ଚିନପାରେ କୋଭିଡ ଟିକା

ସମଗ୍ର ବିଶ୍ବ କୋରୋନା ଭ୍ୟାକସିନକୁ ଚାତକ ପରି ଅନାଇ ବସିଛି । ବିଶ୍ବର ବହୁ ବିକଶିତ ଦେଶ ଟିକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । କେବେ ସମଗ୍ର ଦେଶ ନିକଟରେ ଏହି ଟିକା ମିଳିବ ସେନେଇ ସେରମ‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ସିଇଓ ଅଦର ପୁନାୱାଲା ଏକ ଆଶ୍ଚର୍ଯ୍ୟକର ତଥ୍ୟ ନେଇଛନ୍ତି । ଅଧିକ ପଢନ୍ତୁ...

2024 ଶେଷ ସୁଦ୍ଧା ସମସ୍ତ ନିକଟରେ ପହଞ୍ଚିନପାରେ କୋଭିଡ ଟିକା
2024 ଶେଷ ସୁଦ୍ଧା ସମସ୍ତ ନିକଟରେ ପହଞ୍ଚିନପାରେ କୋଭିଡ ଟିକା

By

Published : Sep 15, 2020, 3:32 PM IST

ନୂଆଦିଲ୍ଲୀ : ସମଗ୍ର ବିଶ୍ବର ସମସ୍ତ ଲୋକଙ୍କ ନିକଟରେ କୋଭିଡ ଟିକା ପହଞ୍ଚିବାକୁ ଦୀର୍ଘ 4 ବର୍ଷର ସମୟ ଲାଗିଯାଇପାରେ । ଅର୍ଥାତ 2024 ଶେଷ ସୁଦ୍ଧା ସବୁ ଦେଶ ନିକଟରେ ପର୍ଯ୍ୟାପ୍ତ ପରିମାଣର ଟିକା ପହଞ୍ଚି ନ ପାରେ । ଏପରି ଆଶଙ୍କା କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲା ।

ସେ କହିଛନ୍ତି, ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକ କମ ସମୟରେ କିପରି ଅଧିକରୁ ଅଧିକ ଭ୍ୟାକସିନ ପ୍ରସ୍ତୁତ କରିବେ, ସେ ନେଇ ସେମାନେ ଉତ୍ପାଦନ ସ୍ତରକୁ ଶୀଘ୍ର ବୃଦ୍ଧି କରିନାହାଁନ୍ତି । ତେଣୁ ଟିକା ଆସିବା ପାଇଁ ନିହାତି 4 ବର୍ଷ ଲାଗିପାରେ ।

ପୁନାୱାଲା ଆହୁରି କହିଛନ୍ତି, ଯଦି କୋଭିଡ ଭ୍ୟାକସିନକୁ 2ଟି ଡୋଜରେ ଦିଆଯାଏ, ତେବେ ବିଶ୍ବରେ 15 ଶହ କୋଟି ଡୋଜର ଦରକାର । ଫଳରେ ଏତେ ସଂଖ୍ୟକ ଟିକା ପ୍ରସ୍ତୁତ କରି ସମଗ୍ର ବିଶ୍ବରେ ବଣ୍ଟନ କରିବା ସହଜ କଥା ନୁହେଁ ।

ସେରମ ଇଷ୍ଟିଚ୍ୟୁଟ ଭ୍ୟାକିସନ ପ୍ରସ୍ତୁତରେ 5 ଅନ୍ତରାଷ୍ଟ୍ରୀୟ ଫାର୍ମ ସହ ମିଶି କାମ କରୁଛି । ଅକ୍ସଫୋର୍ଡର ଟିକା ପାଇଁ ଆଷ୍ଟ୍ରାଜେନିକା ଓ ନୋଭାଭାକ୍ସ ସହିତ ମଧ୍ୟ କାମ କରୁଛି । ଏହି ସଂସ୍ଥା 100କୋଟି ଡୋଜ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି । ସଫଳ ହେଲେ ଏହି ଟିକାରୁ ଅଧା ଭାରତକୁ ମିଳିବ ।

ଆଷ୍ଟ୍ରାଜେନେକା ସହିତ ମିଳିତ ଭାବେ ସିରମ ଇନଷ୍ଟିଚ୍ୟୁଟ ଯେଉଁ ଟିକା ପ୍ରସ୍ତୁତ କରୁଛି ତାହା 68 ଟି ଦେଶରେ ଉପଲବ୍ଧ ହେବ । ନୋଭାଭ୍ୟାକ୍ସ ସହିତ ହୋଇଥିବା ଚୁକ୍ତିନାମା ଅନୁଯାୟୀ 92 ଦେଶ ପାଇଁ ଟିକା ଡୋଜ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିବ।

ABOUT THE AUTHOR

...view details