ଓଡିଶା

odisha

ETV Bharat / bharat

ବିମାନ ଯାତ୍ରୀଙ୍କ ରୂପରେଖରେ ପରିବର୍ତ୍ତନ, ଆଶ୍ଚର୍ଯ୍ୟ କରୁଛି ମାସ୍କ୍ ସିଲଡ୍ ଚେହେରା - Puri shows what flying looks like now

ବିମାନରେ ଫେରୁଥିବା ଭାରତୀୟଙ୍କ ଯାତ୍ରା ପଦ୍ଧତି କିପରି ବଦଳିଯାଇଛି। କୋରୋନା ମହାମାରୀ ପାଇଁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଯାଇଛି। ତେବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ୍ ସିଂ ପୁରୀ ରବିବାର ଏନେଇ ଏକ ଫଟୋ ଟ୍ବିଟ କରିଛନ୍ତି।

Hardeep Singh Puri
ବିମାନ ଯାତ୍ରୀଙ୍କ ରୂପରେଖରେ ପରିବର୍ତ୍ତନ, ଆଶ୍ଚର୍ଯ୍ୟ କରୁଛି ମାସ୍କ୍ ସିଲଡ୍ ଚେହେରା

By

Published : May 11, 2020, 11:38 AM IST

ନୂଆଦିଲ୍ଲୀ: ସମୟ ପରିବର୍ତ୍ତନଶୀଳ! ବଦଳିଯାଇଛି ପରିସ୍ଥିତି। ବର୍ତ୍ତମାନର ଏହି କ୍ରୁର ସମୟ କ୍ଷଣସ୍ଥାୟୀ। ପୁଣି ଥରେ ନୂତନ ସକାଳ ଆସିବ ଓ ପୂର୍ବ ପରି ସବୁ କିଛି ସଠିକ୍ ହୋଇଯିବ। ହେଲେ ଏହି ସମୟର ସାମ୍ନା ଧୈର୍ଯ୍ୟ ସହ କରିବାକୁ ପଡିବ।

ତେବେ କୋରୋନା ମହାମାରୀ ପାଇଁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଯାଇଛି। ସବୁ ସମ୍ପର୍କ ବର୍ତ୍ତମାନ ବିପନ୍ନ ଓ ବିଛିନ୍ନ। ଯାହାକୁ କହିବାକୁ ଯାଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ୍ ସିଂ ପୁରୀ ରବିବାର ଏକ ଫଟୋ ଟ୍ବିଟ କରିଥିଲେ।

ବିମାନ ଯାତ୍ରୀଙ୍କ ରୂପରେଖରେ ପରିବର୍ତ୍ତନ, ଆଶ୍ଚର୍ଯ୍ୟ କରୁଛି ମାସ୍କ୍ ସିଲଡ୍ ଚେହେରା

ଯେଉଁଥିରେ ସେ ବିମାନରେ ଫେରୁଥିବା ଭାରତୀୟଙ୍କ ଯାତ୍ରା ପଦ୍ଧତି କିପରି ବଦଳିଯାଇଥିବା ବର୍ଣ୍ଣନା କରିଛନ୍ତି। କିପରି ସମସ୍ତଙ୍କ ମୁହଁକୁ ଲକ୍ କରାଯାଇଛି। ତେବେ ପୂର୍ବରୁ ଅବତରଣ କରିଥିବା ସିଙ୍ଗାପୁର-ମୁମ୍ବାଇ ବିମାନରେ ଯାତ୍ରୀମାନଙ୍କ ଫେସ ସିଲଡର ଫଟୋ ସେ ଟ୍ୱିଟ୍ କରିଛନ୍ତି। ମନ୍ତ୍ରୀ କହିଛନ୍ତି, କୋରୋନା ପ୍ରତିଷେଧକ ବିନା ଏହି ରୋଗର ଚିକିତ୍ସା ପାଇଁ ସତର୍କତା ଓ ସଚେତନତା ଜରୁରୀ।

ସୂଚନା ଥାଉ କି, ମେ 7 ରୁ, ଭାରତ ଏକ ସର୍ବ ବୃହତ ସ୍ଥାନାନ୍ତରଣ ବନ୍ଦେ ଭାରତ ମିଶନ ଆରମ୍ଭ କରିଛି। ଏହି ମିଶନରେ ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ବ୍ରିଟେନ, ବାଂଲାଦେଶ, ବାହାରେନ, କୁଏତ, ସିଙ୍ଗାପୁର, 12 ଟି ଦେଶରୁ ପ୍ରାୟ 15,000 ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ ଯୋଜନା କରାଯାଇଛି। ମିଶନର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ମେ 7 ରୁ ମେ 13 ପର୍ଯ୍ୟନ୍ତ 64 ଏୟାର ଇଣ୍ଡିଆ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ABOUT THE AUTHOR

...view details