ଓଡିଶା

odisha

ETV Bharat / bharat

ଉତ୍ତର-ପୂର୍ବ ଦିଲ୍ଲୀରେ ଫେରୁଛି ଶାନ୍ତି - ଫେରୁଛି ଶାନ୍ତି

ସୋସିଆଲ ମିଡିଆରେ ଉତ୍ତର-ପୂର୍ବ ଦିଲ୍ଲୀ ଅଞ୍ଚଳରେ ହିଂସା ବୃଦ୍ଧି ପାଉଥିବା ଉତ୍ତେଜନାମୂଳକ ଚିତ୍ର ଏବଂ ଭିଡିଓ ଭାଇରାଲ ପରେ ଇଣ୍ଟେଲିଜେନ୍ସ ଏଜେନ୍ସି ଏବଂ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ ଏନେଇ ଅଧିକ ସତର୍କ ରହିଛି। ଉତ୍ତର-ପୂର୍ବ ଦିଲ୍ଲୀର ପ୍ରଭାବିତ ଅଞ୍ଚଳକୁ ବରିଷ୍ଠ ଅଧିକାରୀ ବିବେକ ଶର୍ମା ପରିଦର୍ଶନ କରିଛନ୍ତି। ଅଧିକ ପଢନ୍ତୁ....

northeast Delhi
ଉତ୍ତର-ପୂର୍ବ ଦିଲ୍ଲୀରେ ଫେରୁଛି ଶାନ୍ତି

By

Published : Mar 1, 2020, 9:27 AM IST

ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ଉତ୍ତର-ପୂର୍ବ ଦିଲ୍ଲୀ ଅଞ୍ଚଳରେ ହିଂସା ବୃଦ୍ଧି ପାଉଥିବା ଉତ୍ତେଜନାମୂଳକ ଚିତ୍ର ଏବଂ ଭିଡିଓ ଭାଇରାଲ ପରେ ଇଣ୍ଟେଲିଜେନ୍ସ ଏଜେନ୍ସି ଏବଂ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ ଏନେଇ ଅଧିକ ସତର୍କ ରହିଛି । ଉତ୍ତର-ପୂର୍ବ ଦିଲ୍ଲୀର ପ୍ରଭାବିତ ଅଞ୍ଚଳକୁ ବରିଷ୍ଠ ଅଧିକାରୀ ବିବେକ ଶର୍ମା ପରିଦର୍ଶନ କରିଛନ୍ତି ।

ଉତ୍ତର-ପୂର୍ବ ଦିଲ୍ଲୀରେ ଫେରୁଛି ଶାନ୍ତି

ସେପଟେ, ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଏବେ ବି କୋକୁଆ ଭୟ ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ଜଫରଦାବାଦର ଜଣେ ପୋଲିସ ଅଧିକାରୀ କହିଛନ୍ତି । ଦୁଇ ତିନିଦିନ ମଧ୍ୟରେ ପରିସ୍ଥିତି ସମୂର୍ଣ୍ଣ ସ୍ବାଭାବିକ ହେବ ବୋଲି ତାଙ୍କର ବିଶ୍ବାସ ଥିବା ଅଧିକାରୀ ଜଣକ କହିଛନ୍ତି ।

ଗତ ଶନିବାର ପରିସ୍ଥିତି ଶାନ୍ତ ରହିଥିବା ବେଳେ ଦଙ୍ଗାରେ କ୍ଷତି ହୋଇଥିବା ନିଜ ଘରକୁ ସଜାଡିବାରେ ଲାଗିଛନ୍ତି ସ୍ଥାନୀୟ ଲୋକେ। ସେପଟେ,ସୁରକ୍ଷା କର୍ମୀମାନେ ଫ୍ଲାଗ ମାର୍ଚ୍ଚ କରିବା ସହିତ ଭୟ ଦୂର କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ, ପୋଲିସକୁ ଯୋଗାଯୋଗ କରିବା ସହିତ ଗୁଜବ ଖବର ପ୍ରତି ଧ୍ୟାନ ନଦେବାକୁ ସ୍ଥାନୀୟ ଲୋକଙ୍କୁ ନିବେଦନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details