ସିଓଲ: ଉତ୍ତର କୋରିଆର ନେତା କିମ ଜଙ୍ଗ ଉନଙ୍କ ଘୋଡ଼ା ଚଢା ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଉତ୍ତର କୋରିଆର ଏକ ଗଣମାଧ୍ୟମ କେସିଏନଏରେ କିମଙ୍କ ଏହି ଘୋଡ଼ା ଚଢା ଫଟୋ ପ୍ରକାଶ ପାଇବା ପରେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଗଣମାଧ୍ୟମ ସଂସ୍ଥାଟି ଫଟୋଟିକୁ 'ପ୍ରିୟର ନେତା କିମ ଜଙ୍ଗ ଉନଙ୍କ ପର୍ବତାରୋହଣ' ଶୀର୍ଷକ କ୍ୟାପସନରେ ପ୍ରକାଶିତ କରିଥିଲା ।
ଏହି ସମ୍ପର୍କରେ ଉକ୍ତ ଗଣମାଧ୍ୟମ ଏକ ସ୍ତମ୍ଭ ମଧ୍ୟ ପ୍ରକାଶ କରିଥିଲ । ଉକ୍ତ ସ୍ତମ୍ଭରେ ଲେଖାଥିଲା କି, କିମ ଜଙ୍ଗ ଉନ ବର୍ଷର ପ୍ରଥମ ତୁଷାରପାତ ସହିତ ଧଳା ଘୋଡ଼ା ଚଢି ମାଉଣ୍ଟ ପ୍ୟାକ୍ଟୁ ଆରୋହଣ କରିଛନ୍ତି । ଏହି ଘଟଣା କୋରିଆ ଇତିହାସରେ ବେଶ ମହତ୍ତ୍ବପୂର୍ଣ୍ଣ ବୋଲି ଉକ୍ତ ସ୍ତମ୍ଭରେ ପ୍ରକାଶ ପାଇଥିବା ସୂଚନା ମିଳିଛି । ନେତାଙ୍କର ଏହା ଘଟଣା ଦେଶକୁ ଶକ୍ତିଶାଳୀ କରିବାର ଲକ୍ଷ୍ୟ ପ୍ରମାଣ ମଧ୍ୟ ଦେଉଥିବା ଉକ୍ତ ସ୍ତମ୍ଭରେ ପ୍ରକାଶ ପାଇଛି ।