ନୂଆଦିଲ୍ଲୀ: ଦୀର୍ଘ 20 ଦିନର ବ୍ୟବଧାନ ପରେ ସାଧାରଣ ଜନତାଙ୍କ ସମ୍ମୁଖକୁ ଆସିଲେ ଉତ୍ତର କୋରିଆ ଶାସକ କିମ-ଜଙ୍ଗ-ଉନ। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବଂ ମୃତ୍ୟୁ ଖବରକୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ସେଥିରେ ଆଜି ବିରାମ ପଡିଛି। ସମଗ୍ର ବିଶ୍ବ ଏହି ଏକଛତ୍ରବାଦୀ ଶାସକଙ୍କ ଖବର ଉପରେ ପତ୍ତା ଲଗାଉଥିବା ବେଳେ ଆଜି ଲୋକଲୋଚନକୁ ଆସି ଜୀବିତ ଥିବା ଏବଂ ସୁସ୍ଥ ଥିବା ଦର୍ଶାଇ ସମସ୍ତଙ୍କ ଡାଉଟ କ୍ଲିୟର କରିଛନ୍ତି କିମ୍।
୨୦ ଦିନ ଧରି ଗାୟବ ରହିବା ପରେ ସର୍ବସମ୍ମୁଖକୁ ଆସିଲେ କିମ-ଜଙ୍ଗ-ଉନ ! - Kim Jong Un
ଦୀର୍ଘ 20 ଦିନର ବ୍ୟବଧାନ ପରେ ସାଧାରଣ ଜନତାଙ୍କ ସମ୍ମୁଖକୁ ଆସିଲେ ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବଂ ମୃତ୍ୟୁ ଖବରକୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ସେଥିରେ ଆଜି ବିରାମ ପଡିଛି।
![୨୦ ଦିନ ଧରି ଗାୟବ ରହିବା ପରେ ସର୍ବସମ୍ମୁଖକୁ ଆସିଲେ କିମ-ଜଙ୍ଗ-ଉନ ! North Korea leader Kim Jong Un](https://etvbharatimages.akamaized.net/etvbharat/prod-images/768-512-7027377-504-7027377-1588408530660.jpg)
ଉତ୍ତର କୋରିଆର ସରକାରୀ ନ୍ୟୁଜ ସଂସ୍ଥାର ସୂଚନା ଅନୁସାରେ, ଏକ ସାରକାରଖାନାର ନିର୍ମାଣ ଶେଷ ହେବା ପରେ ଆୟୋଜିତ ସମାରୋହରେ ଆଜି ଅଂଶ ଗ୍ରହଣ କରିଛନ୍ତି କିମ୍। ଯାହା ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟବର୍ତ୍ତୀ । ଏହି ଅବସରରେ କିମଙ୍କ ଭଉଣୀ କିମ ୟୋ ଜଙ୍ଗ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ସମାରୋହରକୁ ସାର୍ବଜନିକ କରାଯାଇ ନାହିଁ ।
ସୂଚନା ଥାଉକି, କିମଙ୍କ ଅସୁସ୍ଥ ଖବର ପାଇ ତାଙ୍କ ମାମୁଁ ମଧ୍ୟ ଦୀର୍ଘ 40 ବର୍ଷ ପରେ ଘରକୁ ଫେରିଥିବା ଚର୍ଚ୍ଚା ହୋଇଥିଲା। ଯିଏ ଦୀର୍ଘ 40 ବର୍ଷ ଧରି କୁଟନୈତିକ ଦୂତ ଭାବେ ହଙ୍ଗେରୀ, ବୁଲଗେରିଆ, ଫିନଲାଣ୍ଡ ଓ ପୋଲାଣ୍ଡରେ ଅବସ୍ଥାପିତ ହୋଇଥିଲେ। ପୂର୍ବରୁ କିମଙ୍କ ବ୍ରେନ ଡେଡ୍ ସହ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲା। କାରଣ ଉତ୍ତର କୋରିଆର ଗଣମାଧମକୁ ସେହି ପରିମାଣର ସ୍ବାଧୀନତା ମିଳିନାହିଁ।