ନୂଆଦିଲ୍ଲୀ: ଦେଶରେ ଗୋଟେ ପଟେ କୋରୋନା ଚାଲିଥିବା ବେଳେ ଅନ୍ୟପଟେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଅସହ୍ୟ ଗରମ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି । ଗତ ଗୋଟେ ସପ୍ତାହ ଧରି ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶରେ ତାପମାତ୍ରା ବଢିବାରେ ଲାଗିଛି । ଶନିବାର ଦିଲ୍ଲୀର ତାପମାତ୍ରା 44.5 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରବିରାର ଦିନ 3ଟା ସୁଦ୍ଧା ତାପମାତ୍ରା ବୃଦ୍ଧି ପାଇ 45 ଡିଗ୍ରୀ ସେଲସିୟସକୁ ପହଞ୍ଚିଛି ।
ଦିଲ୍ଲୀରେ ଅସହ୍ୟ ଗରମ, ଅସ୍ତବ୍ୟସ୍ତ ହେଲେଣି ଲୋକେ - north india faces severe heatwaves
ଦେଶରେ ଗୋଟେ ପଟେ କୋରୋନା ଚାଲିଥିବା ବେଳେ ଅନ୍ୟପଟେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଶନିବାର ଦିଲ୍ଲୀର ତାପମାତ୍ରା 44.5 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରବିରାର ଦିନ 3ଟା ସୁଦ୍ଧା ତାପମାତ୍ରା ବୃଦ୍ଧି ପାଇ 45 ଡିଗ୍ରୀ ସେଲସିୟସକୁ ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଦିଲ୍ଲୀରେ ଅସହ୍ୟ ଗରମ
ଭାରତୀୟ ପାଣିପାଗ ଅନୁସାରେ ଦେଶରେ ସବୁଠୁ ଅଧିକ ମଧ୍ୟପ୍ରଦେଶର ଖଜୁକାହୋରେ ରେକର୍ଡ କରାଯାଇଛି । ଏଠାରେ ଦିନବେଳା 47 ଡିଗ୍ରୀ ତାପମାତ୍ରା ରହିଥିଲା । ସେପଟେ ଝାନ୍ସି ଏବଂ ଆଗ୍ରା ଭଳି ସହରରେ ତାପମାତ୍ରାରେ 46 ଡିଗ୍ରୀ ସେଲସିୟସ ରହିଛି ।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଚଳିତମାସ ଶେଷରେ ଦେଶର ବହୁ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବ । ଅତିକମରେ ମେ 28 ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଥିବା ବେଳେ ଲୁ ହେବାର ମଧ୍ୟ ଆଶଙ୍କା ରହିଛି । ସେପଟେ ଚଳିତ ମାସର ଅନ୍ତିମ ଆଡେ ପ୍ରାକ ମୌସୁମୀ ଆସିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।