ଓଡିଶା

odisha

ETV Bharat / bharat

20 ଦିନ ପରେ ଫେରିଲେ କିମ ଜଙ୍ଗ, ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ - ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ

ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ । ଏନେଇ ଆଜି ଦକ୍ଷିଣ କୋରିଆ ପକ୍ଷରୁ ସୂଚନା ଦିଆଯାଇଛି।

North and South Korea Exchange
20 ଦିନ ପରେ ଫେରିଲେ କିମ ଜଙ୍ଗ, ସୀମାରେ ଅସ୍ତ୍ରବୀରତି ଉଲ୍ଲଙ୍ଘନ

By

Published : May 3, 2020, 10:29 AM IST

Updated : May 3, 2020, 11:20 AM IST

ନୂଆଦିଲ୍ଲୀ: ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ । ଏନେଇ ଆଜି ଦକ୍ଷିଣ କୋରିଆ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉତ୍ତର କୋରିଆ ପଟୁ ଗୁଳିମାଡରେ ଦକ୍ଷିଣ କୋରିଆର ଏକ ଗାର୍ଡ ପୋଷ୍ଟକୁ ଧକ୍କା ଦେଇଥିଲା। ହେଲେ ଏଥିରେ ଦକ୍ଷିଣ କୋରିଆର କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ଦେଶର ସୌନ୍ୟବାହିନୀ ଏକ ସଂକ୍ଷିପ୍ତ ବିବୃତ୍ତିରେ ପ୍ରକାଶ କରିଛନ୍ତି।

ବିଶ୍ବର ଦୀର୍ଘ 155 ମାଇଲ ବ୍ୟାପି ଏହି ସୀମାରେ ଦୁଇ ଦେଶର ସଶସ୍ତ୍ର ସୀମା ସଜ୍ଜିତ ହୋଇ ଅଛନ୍ତି। ସାଉଥ କୋରିଆ ପକ୍ଷରୁ ଉତ୍ତର କୋରିଆ ହଟଲାଇନ ପାଇଁ ସୂଚନା ଦିଆଯାଇଛି। ତେବେ ଉତ୍ତର କୋରିଆ କାହିଁ ଗୁଳିମାଡ କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ତେବେ ଦୀର୍ଘ 20 ଦିନର ଅନୁପସ୍ଥିତି ପରେ ଶନିବାର ଉତ୍ତରକୋରିଆ ମୁଖ୍ୟ କିମଜଙ୍ଗ ଉନ ସର୍ବ ସମ୍ମୁଖକୁ ଆସିବା ସହ ନିଜ ଉପସ୍ଥିତି ଜାହିର କରିଥିଲେ। ଏହାସହ ଆଜି ସକାଳୁ ସକାଳୁ ଉଭୟ ସୀମାରେ ଏପରି ଗୁଳିବର୍ଷଣ କରାଯାଇଥିଲା।

Last Updated : May 3, 2020, 11:20 AM IST

ABOUT THE AUTHOR

...view details