ଓଡିଶା

odisha

By

Published : Apr 27, 2020, 3:27 PM IST

ETV Bharat / bharat

ପଞ୍ଜାବରୁ ସ୍ବତନ୍ତ୍ର ବିମାନରେ ବ୍ରିଟେନ ଗଲେ ପ୍ରବାସୀ ଭାରତୀୟ

ବ୍ରିଟେନ ଅଭିମୁଖେ ଯାତ୍ରା କଲେ ଭାରତରେ ଫଶି ରହିଥିବା ପଞ୍ଜାବର ଅନେକ ଏନଆରଆଇ । ଅଧିକ ପଢନ୍ତୁ...

ପଞ୍ଜାବରୁ ସ୍ବତନ୍ତ୍ର ବିମାନରେ ବ୍ରିଟେନ ଗଲେ ପ୍ରବାସୀ ଭାରତୀୟ
ପଞ୍ଜାବରୁ ସ୍ବତନ୍ତ୍ର ବିମାନରେ ବ୍ରିଟେନ ଗଲେ ପ୍ରବାସୀ ଭାରତୀୟ

ଚଣ୍ଡିଗଡ: କୋରୋନା ଭାଇରସ ସାରା ବିଶ୍ବକୁ ନିଜ କବଜାରେ ନେଇଛି । ଏଥିରେ ଆକ୍ରାନ୍ତ ହୋଇ ଅନେକ ଲୋକ ତାଙ୍କର ଜୀବନ ହାରିଲେଣି । ଏହାର ମୁକାବିଲା ପାଇଁ ଭାରତରେ ଜାରି ରହିଛି ଲକଡାଉନ। ଏହି ଅବସରରେ ସମସ୍ତ ଗାଡିମଟର, ରେଳ, ବିମାନ ଚଳାଚଳ ବନ୍ଦ ରହିଛି । ଫଳରେ ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେହିଠାରେ ଫଶି ରହିଛନ୍ତି ।

ପଞ୍ଜାବରୁ ସ୍ବତନ୍ତ୍ର ବିମାନରେ ବ୍ରିଟେନ ଗଲେ ପ୍ରବାସୀ ଭାରତୀୟ

ତେବେ ଅନ୍ୟଦେଶର ନାଗରିକ ମାନେ ଭାରତକୁ ବୁଲିବାକୁ ଆସିଥିବାବେଳେ, କିଛି ଦିନ ହେବ ଲଗାତାର ଭାବେ ସେମାନଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ନିଜ ନିଜ ଦେଶକୁ ପଠାଯାଉଛି । ସେହିପରି, ଭାରତରେ ଥିବା ପ୍ରବାସୀ(ଏନଆରଆଇ) ଭାରତୀୟ ମାନେ ମଧ୍ୟ ରହିଯାଇଛନ୍ତି । ସେଥିମଧ୍ୟରୁ ପଞ୍ଜାବର ଅନେକ ରହିଛନ୍ତି ।

ଯେଉଁମାନେ ସୋମବାର ସ୍ବତନ୍ତ୍ର ବିମାନ ଯୋଗେ ଅମୃତସରର ଶ୍ରୀ ଗୁରୁ ରାମ ଦାସ ଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବ୍ରିଟେନ ଅଭିମୁଖେ ଯାତ୍ରା କରିଛନ୍ତି । ସେମାନଙ୍କୁ ପ୍ରଥମେ ବିମାନ ବନ୍ଦର ଭିତରେ ପ୍ରବେଶ ପୂର୍ବରୁ ମେଡିକାଲ ପରୀକ୍ଷା କରାଯାଇଥିଲା । ଏହାପରେ ସମସ୍ତ ଯାତ୍ରୀ ବିମନା ଭିତରକୁ ପ୍ରବେଶ କରିଥିଲେ ।

ABOUT THE AUTHOR

...view details