ରାୟପୁର: ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କଲା ଛତିଶଗଡ଼ ପୋଲିସ । ରାହୁଲ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ମନ୍ତବ୍ୟ ଦେଇଥିବା ନେଇ ଛତିଶଗଡ଼ କଂଗ୍ରେସ ଅଧ୍ୟକ୍ଷ ପୱନ ଅଗ୍ରୱାଲ କରିଥିଲେ ଅଭିଯୋଗ ।
ସୁବ୍ରମଣ୍ୟମ ସ୍ବାମୀଙ୍କୁ ଜାମିନ ବିହୀନ ପରୱାନା
ରାହୁଲ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ମନ୍ତବ୍ୟ ଦେଇ ଫସିଲେ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ । ଜାମିନ ବିହୀନ ପରୱାନା ଜାରି କଲା ଛତିଶଗଡ ପୋଲିସ ।
ଫାଇଲ ଫଟୋ
ଗତ ଶନିବାର ପଥଲଗାଁଓ ପୋଲିସ ଥାନାରେ ଏକ ଲିଖିତ ଅଭିଯୋଗ ଆଣିବା ସହ ଆଇପିସି ଧାରା 504, 505 ଓ 511ରେ ମାମଲା ରୁଜୁ କରିଥିଲା । ତେବେ ଅଭିଯୋଗ ଅନୁଯାୟୀ, ରାହୁଲଙ୍କ ନାଁରେ ଭୁଲ ମନ୍ତବ୍ୟ ଦେଇ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରିଛନ୍ତି । ଆଉ ଏଭଳି ଅଭିଯୋଗ ଆଦୌ ଗ୍ରହଣୀୟ ହୋଇନଥିବାବେଳେ ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା କୁହାଯାଇଛି ।
ତେବେ ଅଭିଯୋଗ ଦାୟର କରିଥିବା ପୱନ ଅଗ୍ରୱାଲ କହିଛନ୍ତି, ଏଭଳି ବୟାନ ଦେଇ ନକାରାତ୍ମକ ଧାରଣା ସୃଷ୍ଟି କରୁଛନ୍ତି ସ୍ବାମୀ ।
Last Updated : Jul 7, 2019, 3:03 PM IST