ଓଡିଶା

odisha

ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: ମୋଟ 1029 ପ୍ରାର୍ଥୀ, ମୈଦାନରେ 187 ମହିଳା - nomination filing process ends in delhi

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ବିଜୟ ପାଇଁ  ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ତାରିଖ 21 ଜାନୁଆରୀ ରହିଥିଲା। ସମସ୍ତ 70 ସିଟ୍‌ ପାଇଁ ନାମାଙ୍କନ ଦାଖଲ ସରିଛି। ଏହାପରେ ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୪ରେ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଏବେ ଦିଲ୍ଲୀର ସମସ୍ତ 70ଟି ସିଟ୍‌ ପାଇଁ ମୋଟ 1029 ପ୍ରାର୍ଥୀ ମୋଟ 1528 ନାମାଙ୍କନ ଦାଖଲ କରିଛନ୍ତି । ଅଧିକ ପଢନ୍ତୁ....

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jan 22, 2020, 2:32 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ବିଜୟ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ତାରିଖ 21 ଜାନୁଆରୀ ରହିଥିଲା। ସମସ୍ତ 70 ସିଟ୍‌ ପାଇଁ ନାମାଙ୍କନ ଦାଖଲ ସରିଛି। ଏହାପରେ ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୪ରେ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଏବେ ଦିଲ୍ଲୀର ସମସ୍ତ 70ଟି ସିଟ୍‌ ପାଇଁ ମୋଟ 1029 ପ୍ରାର୍ଥୀ ମୋଟ 1528 ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ମହିଳାଙ୍କ ସଂଖ୍ୟା 187 ରହିଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖରେ ମୋଟ 806 ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଦିଲ୍ଲୀ ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନାମାଙ୍କନର ଶେଷ ଦିନରେ ମୋଟ 55 ବିଧାନସଭା ସିଟରେ 806 ଜଣ ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ନୂଆଦିଲ୍ଲୀ ସିଟ୍‌ରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମିଲ ରହିଥିଲେ । ନୂଆଦିଲ୍ଲୀ ସିଟ୍‌ରେ ଗତ କାଲି ସୁଦ୍ଧା ନାମାଙ୍କନ ସଂଖ୍ୟା 88 ରହିଥିଲା।

ସମସ୍ତ 70ଟି ସିଟ୍‌ ପାଇଁ 842 ଜଣ ପୁରୁଷ ଓ 187 ଜଣ ମହିଳା ନାମାଙ୍କନ ଦାଖଲ କରିଛନ୍ତି । ସୂଚନା ଯେ ଜଣେ ପ୍ରତ୍ୟାଶୀ ଏକାଧିକ ଆସନରେ ନାମାଙ୍କନ ଦାଖଲ କରିପାରିବେ। ଏଥିରେ ପ୍ରାର୍ଥୀ ନିଜର 4ଗୋଟି ପ୍ରାର୍ଥୀ ପତ୍ର ନିଜ ପତ୍ନୀ, ଭାଇ କିମ୍ବା ଅନ୍ୟ କୌଣସି ସମ୍ପର୍କୀୟଙ୍କ ନାମରେ ନାମାଙ୍କନ ଦାଖଲ କରିପାରିବେ । ଏହି କାରଣରୁ 70 ସିଟ୍‌ ପାଇଁ 1029 ପ୍ରାର୍ଥୀ ମୋଟ 1528 ନାମାଙ୍କନ ଦାଖଲ କରିଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଜାନୁଆରୀ 21ରେ ସାମାପ୍ତ ହୋଇଛି। ଜାନୁୟାରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୪ରେ ପ୍ରତ୍ୟାହାରର ଶେଷ ତାରିଖ ସହ ଏହି ଦିନ 70 ସିଟ୍‌ ପାଇଁ ପ୍ରାର୍ଥୀଙ୍କ ଫାଇନାଲ ଲିଷ୍ଟ ଜାରି କରାଯିବ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଫେବୃୟାରୀ ୨୨ରେ ଶେଷ ହେଉଛି। ଫେବୃୟାରୀ ୮ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ୧୧ରେ ଘୋଷଣା କରାଯିବ । ପ୍ରାୟ ୧.୪୬ କୋଟି ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ABOUT THE AUTHOR

...view details