ଓଡିଶା

odisha

ETV Bharat / bharat

ଏକ୍ସପ୍ରେସ ମ୍ୟୁଜିକ୍ ସହ ଲଞ୍ଚ ହେଲା ନୋକିଆ 5310ର ନୂଆ ଭର୍ସନ

ନୋକିଆ 5310 ଫୋନ ନୂଆ ଭର୍ସନ ସହ ବଜାରକୁ ଲଞ୍ଚ ହେଉଛି। ଏହି ନୂଆ ଭର୍ସନରେ ନୋକିଆ 5310 ଏକ୍ସପ୍ରେସ ମ୍ୟୁଜିକ୍ ସିଷ୍ଟମ ରହିଛି।

By

Published : Jun 17, 2020, 2:40 PM IST

ଏକ୍ସପ୍ରେସ ମ୍ୟୁଜିକ୍ ସହ ବଜାରକୁ ପ୍ରବେଶ କଲା ନୋକିଆ  5310
ଏକ୍ସପ୍ରେସ ମ୍ୟୁଜିକ୍ ସହ ବଜାରକୁ ପ୍ରବେଶ କଲା ନୋକିଆ 5310

ନୂଆଦିଲ୍ଲୀ: ଫିନଲ୍ୟାଣ୍ଡର ଏଚଏମଡି ଗ୍ଲୋବାଲ କମ୍ପାନୀ। ଏହି କମ୍ପାନୀ ନୋକିଆ ଫୋନ ପ୍ରସ୍ତୁତ କରିବାର ଘର ସଦୃଶ। ଏହି କମ୍ପାନୀ ସର୍ବଦା ତାର ଗ୍ରାହକକଙ୍କ ପାଖରେ ଡିଜାଇନ୍, କାର୍ଯ୍ୟଦକ୍ଷତା ଏବଂ ନିରାପତ୍ତାର ନୀତିଗୁଡିକୁ ଅବଲମ୍ବନ କରି ଅନେକ ଗୁଡିଏ ଅତ୍ୟାଧୁନିକ ଫିଚରର ମୋବାଇଲ ପହଁଞ୍ଚାଇବାକୁ କାମ କରୁଛି।

ବର୍ତ୍ତମାନ ନୋକିଆ 5310 ଫୋନ ନୂଆ ଭର୍ସନ ସହ ବଜାରକୁ ଲଞ୍ଚ ହେଉଛି। ଏହି ନୂଆ ଭର୍ସନରେ ନୋକିଆ 5310 ଏକ୍ସପ୍ରେସ ମ୍ୟୁଜିକ୍ ସିଷ୍ଟମ ରହିଛି। ଅଗଷ୍ଟ 2007 ରେ ପ୍ରିମିୟମ ମୋବାଇଲ ଫୋନରେ ସଙ୍ଗୀତ ସହିତ ଲୋଡ୍ ହୋଇଥିଲା।

ଏକ୍ସପ୍ରେସ ମ୍ୟୁଜିକ୍ ସହ ବଜାରକୁ ପ୍ରବେଶ କଲା ନୋକିଆ 5310

ଫୋନର ବୈଶିଷ୍ଟ୍ୟ:-

ଏହି ଫୋନର ମୂଲ୍ୟ 3,399 ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାସହ ନୋକିଆ ଡଟ୍ କମ୍ ରେ ଜୁନ 16 ରୁ ଧଳା, ନାଲି ଏବଂ କଳା ରଙ୍ଗରେ ପ୍ରି-ବୁକିଂ ପାଇଁ ଉପଲବ୍ଧ ହେବ ।

ଫୋନରେ ନୋକିଆ ସିରିଜର 30+ OSରେ ଚାଲିଥାଏ । କନେକ୍ଟିଭିଟି ପାଇଁ, ଏହା ଏକ ମାଇକ୍ରୋ ୟୁଏସବି1.1 ପୋର୍ଟ, 3.5 ମିଲିମିଟର ଅଡିଓ ଜ୍ୟାକ୍ ଏବଂ ବ୍ଲୁଟୁଥ୍ 3 .0 ରହିଛି।

ମୋବାଇଲ ମାର୍କେଟରେ ଫିଚର ଫୋନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ବର୍ତ୍ତମାନ ସାରା ବିଶ୍ୱରେ 400 ନିୟୁତ ଗ୍ରାହକ ବ୍ୟବହାର ପାଇଁ 2G ଫୋନ୍ କିଣୁଛନ୍ତି ।

ତେବେ ନୋକିଆ 5310 ଏହି ସମସ୍ତ ଡିଜାଇନ୍ ସହିତ ଅତିରିକ୍ତ ସେବା ପ୍ରଦାନ କରିଥାଏ" ବୋଲି HMD ଗ୍ଲୋବାଲ୍ ମୁଖ୍ୟ ଉତ୍ପାଦ ଅଧିକାରୀ ଜୁହୋ ସର୍ଭିକାସ୍ ଏକ ବିବୃତ୍ତିରେ କହିଛନ୍ତି।

ABOUT THE AUTHOR

...view details