ନୂଆଦିଲ୍ଲୀ: ନୋଏଡାଠାରେ ବସ୍ରେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ରବିବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଗୌତମ ବୁଦ୍ଧ ନଗର ପୋଲିସ । ପୂର୍ବରୁ ତିନି ଅଭିଯୁକ୍ତଙ୍କୁ ଗାଜିଆବାଦରୁ ଗିରଫ କରାଯାଇଥିବା ବେଳେ ଚତୁର୍ଥ ଅଭିଯୁକ୍ତଙ୍କୁ ନୋଏଡ଼ା ସେକ୍ଟର-62 ରୁ ଗିରଫ କରାଯାଇଥିଲେ । ଏପର୍ଯ୍ୟନ୍ତ ଏହି ମାମଲାରେ 5 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛନ୍ତି ।
ଚଳନ୍ତା ବସରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା, ଆଉ 2 ଅଭିଯୁକ୍ତ ଗିରଫ - ନୂଆଦିଲ୍ଲୀ
ନୋଏଡାଠାରେ ବସ୍ରେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ରବିବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଗୌତମ ବୁଦ୍ଧ ନଗର ପୋଲିସ । ପୂର୍ବରୁ ତିନି ଅଭିଯୁକ୍ତଙ୍କୁ ଗାଜିଆବାଦରୁ ଗିରଫ କରାଯାଇଥିବା ବେଳେ ଚତୁର୍ଥ ଅଭିଯୁକ୍ତଙ୍କୁ ନୋଏଡ଼ା ସେକ୍ଟର-62 ରୁ ଗିରଫ କରାଯାଇଥିଲେ । ଅଧିକ ପଢନ୍ତୁ...
![ଚଳନ୍ତା ବସରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା, ଆଉ 2 ଅଭିଯୁକ୍ତ ଗିରଫ ଚଳନ୍ତା ବସରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା, ଆଉ 2 ଅଭିଯୁକ୍ତ ଗିରଫ](https://etvbharatimages.akamaized.net/etvbharat/prod-images/768-512-10:11:42:1592800902-s2-2206newsroom-1592800801-302.jpg)
ପୋଲିସର ସୂଚନାନୁସାରେ, ପ୍ରତାପଗଡରୁ ନୋଏଡା ଅଭିମୁଖେ ଯାତ୍ରା କରୁଥିବା ଜଣେ 25 ବର୍ଷିୟ ମହିଳା ବୁଧବାର ଦିନ ପ୍ରାୟ 2 ଟା ସମୟରେ ଏକ ଘରୋଇ ଚାଳିତ ଏସି ବସ୍ରେ ବଳାତ୍କାରର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ଆଇପିସି ଧାରା 376 (ବଳାତ୍କାର), 506 (ଅପରାଧିକ ଭୟଭୀତତା), 201 (ଅପରାଧର ପ୍ରମାଣ ଅଦୃଶ୍ୟ ହେବା କିମ୍ବା ଅପରାଧୀଙ୍କୁ ମିଥ୍ୟା ସୂଚନା ଦେବା) ଅନୁଯାୟୀ ନୋଏଡାର ସେକ୍ଟର-20 ପୋଲିସ୍ ଷ୍ଟେସନରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ତେବେ ଏହି ଦୁଇ ଅଭିଯୁକ୍ତ ମୁଖ୍ୟ ଅଭିଯୁକ୍ତକୁ ଫେରାର ହେବାରେ ସାହାଯ୍ୟ କରିଥିବା ସେକ୍ଟର- 20 ପୋଲିସ ଷ୍ଟେସନର ଇନଚାର୍ଜ ରାକେଶ କୁମାର ସିଂ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ